ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ବୌଦ୍ଧ ୨୬/୮: ବୌଦ୍ଧ ଜିଲ୍ଲା ବିଜେପି ର ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଠାରେ ଶନିବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଧାରଣା ଦେବା ସହିତ ଘେରାଉ କରିବା ଓ ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାନୀୟ ସରପଞ୍ଚ ଙ୍କ ଜରିଆରେ ମାନ୍ୟବର ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ମଣ୍ଡଳ ସଭାପତି ଶ୍ରୀ ନବୀନ କୁମାର ହୋତାଙ୍କ ନେତୃତ୍ବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ଭାରତୀ ପୁରୋହିତଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନରେ ଅନିୟମିତତା ଓ ଦୁର୍ନୀତି, ପଞ୍ଚାୟତକୁ ବିଗତ ବର୍ଷ ମାନଙ୍କରେ ଆସିଥିବା ଅନୁଦାନ ଦୁର୍ନୀତିର ତଦନ୍ତ ,ସହିତ ପାଇଖାନା ଦୁର୍ନୀତି, ମନରେଗା ଯୋଜନାରେ ହେରାଫେରି ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର,କେନ୍ଦ୍ର ସରକାରଙ୍କ ଜନହିତକ।ରୀ ସବୁ ଯୋଜନା ରେ ଦୁର୍ନୀତି ଅଭିଯୋଗ ଓ ପ୍ରିୟା ପ୍ରୀତି ତୋଷଣ ହେଉଥିବା ଉପରେ ଉପସ୍ଥିତ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ ।
ଏଥି ସହିତ ନୂଆ ଭୋଟର୍ ମାନଙ୍କୁ ପଞ୍ଜିକରଣ ଓ ଭୁଲ ସଂଶୋଧନ କରିବା ସହିତ , ବ।ଦ ପ୍ରକିୟା, ସବୁ ବୁଥ ସ୍ତରୀୟ କମିଟି ପକ୍ଷରୁ ବି ଏଲ ଓ ମାନେ ଘର କୁ ଘର ବୁଲି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସମସ୍ତ ବୁଥ ମାନଙ୍କର ତଥ୍ୟ ନିର୍ଭୁଲ ଭାବରେ କରିବା ପାଇଁ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ବିଧାନସଭା ସଂଯୋଜକ ଯୁଗଲ କିଶୋର ସାମଲ, ମଣ୍ଡଳ ସଭାପତି ନବୀନ କୁମାର ହୋତା , ସୂର୍ଯୟନାରାୟଣ ମହାପାତ୍ର , ଶମ୍ଭୁ ପ୍ରଧାନ, ସୁଦାମ ଚରଣ ମେହେର , ସୁଶାନ୍ତ ବହିଦାର , ନାରାୟଣ ମେହେର ,ପବିତ୍ର ମେହେର , ବୁଧ ଦେବା ମହାକୁଡ ଧର୍ମାନ୍ଦ ମେହେର , ଶ୍ରୀମତୀ ସସ୍ମିତା ପଟେଲ, କୌଶଲ୍ୟା ମେହେର ,ପ୍ରେମସିଲା ମେହେର, ସସ୍ମିତା ମେହେର , ମମତା ମେହେର , ସୌଭାଗ୍ୟ ବତି ମେହେର ପ୍ରଭୁତି ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।ଆଗକୁ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ପଞ୍ଚାୟତ ରେ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
More Stories
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l
ଚିଲିକା:ସ୍ୱାଧୀନ ପାର୍ଥୀ ମନ୍ମଥ କୁମାର ସିଂ ଙ୍କର ପ୍ରଚାର l