ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର):ସାଧରଣ ନିର୍ବାଚନରେ ବିପୁଳ ସଫଳତା ହାସଲ ପରେ ଏବେ କବିସୂର୍ଯ୍ୟନଗର ବିଜେପି ରେ ସ୍ୱତ ପ୍ରବୃତ ଭାବେ ନେତା ଓ କର୍ମୀଙ୍କ ମିଶ୍ରଣ ପର୍ବ ଦଳୀୟ ସଂଗଠନକୁ ଆହୁରି ମଜବୁତ କରୁଛି । ନିର୍ବାଚନ ପୂର୍ବରୁ ହଜାର ହଜାର ଲୋକେ ଭାରତୀୟ ଜନତା ପାର୍ଟିରେ ମୋଦି ଗ୍ୟାରେଣ୍ଟି ଉପରେ ଭରଷା କରି ବିଜେପିରେ ମିଶିଥିବା ବେଳେ ଏବେ ଶତାଧିକ ଲୋକେ ବିଜେଡି ଛାଡ଼ି ଭାରତୀୟ ଜନତା ପାର୍ଟିରେ ମିଶିବା ଫଳରେ ବିଜେପିର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ତଥା କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର ସରପଞ୍ଚ ବିନୋଦ ଚନ୍ଦ୍ର ଜେନା ଓ ମର୍ଦକୋଟ ପଞ୍ଚାୟତର ଯୁବ ସମାଜସେବୀ ଦୀପ୍ତି ପ୍ରକାଶ ନାୟକଙ୍କ ସମେତ ଶତାଧିକ କର୍ମୀ । ଯୁବ ନେତା ସତୀଶ ତାରିଣୀଙ୍କ ଉଦ୍ୟମରେ ବୁଧବାର ଅପରାହ୍ନ ସମୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବୁରୁଝରୀ ପଞ୍ଚାୟତ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ ବିଜେପି ରେ ସାମିଲ ହୋଇଥିବାରୁ ଦଳ ତରଫରୁ ସେମାନଙ୍କୁ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରତାପ ନାୟକ | ଏହା ସହ ଦିନକୁ ଦିନ ବିଜେପି ଉପରେ ଲୋକେ ଆହୁରି ଅଧିକ ଅସ୍ଥା ପ୍ରକଟ କରୁଥିବାରୁ ଆଗାମୀ ଦିନରେ ଏହି କାର୍ଯ୍ୟଧାରା ବଜାୟ ରଖିବା ସହିତ ବିକାଶ ମୂଳକ କାମରେ ଆଉ ପାଦେ ଆଗକୁ ଯାଇ ପାରିବା ବୋଲି କହିଛନ୍ତି ଶ୍ରୀ ନାୟକ | ଏହି ମିଶ୍ରଣ ପର୍ବରେ ତପନ ନାୟକ,ଅକ୍ଷୟ ମହାରଣା, ବୈରାଗୀ ସାମଲ,ସୁରେଶ ଜେନା, ସନାତନ ମାହାନ୍ତି ଙ୍କ ସମେତ ଶତାଧିକ କର୍ମୀ ବିଜେପି ରେ ଯୋଗ ଦେଇଥିଲେ |
More Stories
ପ୍ରଭୂପ୍ରୀତ୍ ଭବନରେ ବ୍ରହ୍ମାବାବାଙ୍କ 56ତମ ଅବ୍ୟକ୍ତ ସ୍ମୃତି ଦିବସ l
ଟାଲେଣ୍ଟ ସ୍କୁଲ ର ଦ୍ଵୀତୀୟ ବାର୍ଷିକ ଉତ୍ସବ ପାଳିତ l
ଅଙ୍ଗାରଗାଁ,ଷଣ୍ଢମୂଳ କୃଷି ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ