ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ବୌଦ୍ଧ 26/8/23,ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଶତୃଘ୍ନ କୋରାପୁଟ ଜିଲ୍ଲାର ନାରାୟଣପାଟଣା ସିଏଚସି(ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର)ରେ ସ୍ବାସ୍ଥ୍ୟ ଅଧିକାରୀ ରୂପେ ଯୋଗଦେଇଛନ୍ତି। ଏହି ଯୁବ ଡାକ୍ତରଙ୍କୁ ଆଜି ଭୁବନେଶ୍ୱର ବୟନିକାର ମୂଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ହସ୍ତତନ୍ତ ବିଭାଗର ଉପଦେଷ୍ଟା,

ବୌଦ୍ଧ ଜିଲ୍ଲା ବିଜଦ ପ୍ରଭାରୀ ତଥା ଯୁବ ନେତା ସୌଭାଗ୍ୟ ନାୟକ ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର ତଥା ବୟନିକାର ଅଧିକାରୀଙ୍କ ଉପସ୍ଥିତିରେ ଏହି ଯୁବ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯୁବ ଡାକ୍ତରଙ୍କ ପିତା ଜଗବନ୍ଧୁ ପରମାଣିକ ଜଣେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବୁଣାକାର, ମାଁ ଜୟନ୍ତୀ ଦେବୀ ବୟନିକାର ଅନ୍ଯତମା ନିର୍ଦେଶିକା। ନଦୀ ନାଳ ପରିବେଷ୍ଟିତ ଯାଜପୁର ଜିଲ୍ଲାର ଯୋଗାଯୋଗ ବିହୀନ ବୋଦୁଅ ଗ୍ରାମରେ ଡାକ୍ତର ଶତୃଘ୍ନଙ୍କ ଜନ୍ମ। ବ୍ୟାପକ ବାଧାବିଘ୍ନ ସତ୍ତ୍ଵେ ସେ ଶିକ୍ଷା ସମାପ୍ତ କରି ସେ ଆୟୁଷ ଡାକ୍ତର ହେବାକୁ ସକ୍ଷମ ହୋଇଛନ୍ତି। ସର୍ବନିମ୍ନ ସ୍ବାସ୍ଥ୍ୟ ସେବାରୁ ବଂଚିତ ଅନୁନ୍ନତ ସାଧାରଣ ଜନତାଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l