ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସୀଙ୍କୁଳା ବାହାଳ ଗ୍ରାମରେ ଏକ ଚାଷ ଜମିରୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ଜଣକ ସିଂକୁଳା ବାହାଳ ଗ୍ରାମର ଦୈତାରୀ ନାୟକ ବୋଲି ଜଣାପଡିଛି । ସୂଚନା ମତେ ମୃତ ବ୍ୟକ୍ତି ଜଣକ ଶନିବାର ଦିନ ଅପରାହ୍ନ ୩ଘଣ୍ଟା ସମୟରେ ଘରୁ ବାହାରି ଆଉ ଫେରି ନ ଥିଲେ । ଘରକୁ ଫେରିବା ବିଳମ୍ବ ହେବାରୁ ନିଜ ସ୍ତ୍ରୀ ଗାଁ ରେ ଖୋଜା ଖୋଜି କରି ପାଇ ନ ଥିଲେ । ଶେଷରେ ସ୍ୱାମୀକୁ ଖୋଜିବା ପାଇଁ ନିଜ ଚାଷ ଜମିକୁ ଯାଇଥିଲେ ।ହେଲେ ସେଠାରେ ସ୍ଵାମୀଙ୍କ ମୃତ ଦେହ ପଡିଥିବା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ । ଘଟଣା ସ୍ଥଳରେ ଗାଁ ଲୋକେ ପହଞ୍ଚି ପୋଲିସ କୁ ସୂଚନା ଦେଇଥିଲେ। ଖବର ପାଇ ତେଲକୋଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇ ତଦନ୍ତ ଜାରି ରଖିଛି ପୋଲିସ୍ । ତେବେ ଦୈତାରି ଙ୍କ ମୃତ୍ୟୁ କେମିତି ହେଲା ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ କୌଣସି ଆମ୍ବୁଲାନ୍ସ କିମ୍ବା ଶବ ବାହାକ ଗାଡ଼ି ନ ମିଳିବାରୁ ଏକ ଅଟୋ ଯୋଗେ ମୃତ ଦେହକୁ ଡାକ୍ତର ଖାନା ନେଇଥିବା ଦେଖିବାକୁ ମିଲିଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।
More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।