ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 26/8/23() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ପଂଚୟତର ବେତ୍ରାସାହି ରେ ପଂଚାୟତ ସମିତି ଜଳ ପରିମଳ ବିଭାଗ ତରଫରୁ ଗତ ମେ ମାସରେ ନୂତନ ଭାବେ ବୋର୍ ୱେଲ ପାଇପ ଯୋଗେ ପାଣି ଯୋଗେଇ ଦିଆଯାଇଥିଲା। ନଦୀ କୁଳିଆ ଅଞ୍ଚଳ ହେଲେବି ପିଇବା ପାଣି ର ଘୋର ଅଭାବ। କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଆଜିକୁ ପ୍ରାୟ ଏକ ମାସ ହେବ ବୋର୍ ୱେଲ୍ ଟି ଖରାପ ହୋଇଛି। କେଉଁଠି କେଉଁଠି ପାଇପ ମଧ୍ଯ ଫାଟିଯାଇଛି। ଯାହାଦ୍ଵାରା ଜଳ ଯୋଗାଣ ସମ୍ପୂର୍ଣ ବନ୍ଦ୍ ହୋଇଯାଇଛି। ପିଇବା ପାଣି ଟୋପାଏ ପାଇଁ ଧଳପୁର ବେତ୍ରାସାହି ବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଅଭିଯୋଗ ପରେ ଅଭିଯୋଗ କଲେ ମଧ୍ୟ କେହିଶୁଣୁନାହାନ୍ତି ତାଙ୍କ କଥା।ଠିକାଦାର ଓ ଯନ୍ତ୍ରୀ ଙ୍କ ମନମୁଖୀ କାର୍ଯ୍ଯ ପାଇଁ ଆଜି ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଯୁଦ୍ଧ କାଳୀନ ଭିତିରେ ଜଦି ସମସ୍ୟା ର ସମାଧାନ ନ କରିବ ତା ହେଲେ ଆଗାମୀ ଦିନରେ ବେତ୍ରାସାହି ବାସିନ୍ଦା ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେବା ପାଇଁ ବସ୍ତି ବାସିନ୍ଦା ଦାବୀ କରିଛନ୍ତି।


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l