ବୌଦ୍ଧ:ଚିତ୍ତ ରଞ୍ଜନ ସିଂ)
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ପଞ୍ଚାୟତର କାର୍ଯ୍ୟକ୍ଷମ ହେଉନଥିବା ବୁଲୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଲୁରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପ କେନ୍ଦ୍ର ର ଶୁକ୍ରବାର ଦିନ ଶୁଭ ଉଦଘାଟନ ହୋଇଯାଇଛି l ଏହି ଅବସର ରେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଉପ କେନ୍ଦ୍ର ର ଶୁଭ ଉଦଘାଟନ କରିଛନ୍ତି l ସଂମାନିତ ଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜୟ କୃଷ୍ଣ ମିଶ୍ର,ଯୋଗ ଦେଇଥିବା ବେଳେ ସ୍ଥାନୀୟ ସମିତି ସଭ୍ୟା ରଶ୍ମିତା ମହାକୁଡ଼, ସରପଞ୍ଚ ସୁଶ୍ରୀତା ଛନ୍ଦ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଏସ ସ୍ୱାଇଁ, ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଏସ ମେହେର ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନନ୍ୟ କର୍ମଚାରୀ ଓ ଅଞ୍ଚଳ ଜନସାଧାରଣ ଉପସ୍ଥିତ ଥିଲେ l ପ୍ରକାଶ ଥାଉକି ଅଞ୍ଚଳ ର ଜନସାଧାରଣ ଙ୍କ ପ୍ରଥମିକ ସ୍ୱସ୍ଥ୍ୟ ସମସ୍ୟା ଦୂର ପାଇଁ ଗୋଷ୍ଠୀ ସ୍ୱସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଗତ 21/8/2023 ପତ୍ର ସଂଖ୍ୟା 504 ରେ ଉକ୍ତ ସ୍ଥାନ ରେ 7ଦିନ ମଧ୍ୟରେ ଏକ ଅସ୍ଥାୟୀ ସ୍ୱସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଖୋଲିବା ପାଇଁ ହରଭଙ୍ଗା ସିଏଚଓ ଙ୍କୁ ନିର୍ଦେଶ ହୋଇଥିଲା l ଏପରିକି ଅଞ୍ଚଳ ର ଜନସାଧରଣ ଙ୍କ ସୁବିଧା ପାଇଁ ବୁଲୁରା ଠାରେ ଏକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଖୋଲିବା ପାଇଁ ସ୍ଥନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ଅମାତ ଙ୍କୁ ପୂର୍ବରୁ ଅନେକ ଥର ଗୁହାରି ମଧ୍ୟ କରିଥିଲେ l ଏହାର ଶୁଭ ଉଦଘାଟନ ପରେ ବୁଲୁରା, ପାଣି ଘରା, ରାଉତପଡା, ମଲ୍ଲିକ ପଡା, ଭେଜିଗୋଡା, ସଂକୁଳେଇ, ଆଦି ପଞ୍ଚାୟତ ର ଲୋକ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରିବେ ବୋଲି ଆଶା କରାଯାଉଛି l
More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l