ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ଦୁଇ ଦିନିଆ ଖେଳ କୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସଭାପତି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ଲୁହା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଳତା ପ୍ରଧାନ ଙ୍କ ଦ୍ଵାରା ଉଦ୍ଘାଟନ ହୋଇଥିଲା ।ଉପାଧ୍ୟକ୍ଷ ଶ୍ରୀ ସରୋଜ ପ୍ରଧାନ , ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ମଲିକ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ସମୁଦାୟ ୬00 ପ୍ରତିଯୋଗୀ ୨୩ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଏବଂ ପ୍ରତ୍ୟେକ କ୍ଲସ୍ଟର ରୁ ଗାଇଡ଼ ଶିକ୍ଷକ ତଥା CRCC ମାନେ ଯୋଗ ଦେଇଥିଲେ ।ପ୍ରଥମ ଦିନରେ ଦୌଡ଼କୁଦ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ କୃଷ୍ଣ ଚନ୍ଦ୍ର ମଲ୍ଲିକ ମଞ୍ଚ ପରିଚାଳନା କରିବା ସାଙ୍ଗକୁ ଶ୍ରୀମତୀ ମିତାଞ୍ଜଳି ଜେନା ଙ୍କ ଦ୍ଵାରା ଧନ୍ୟବାଦ ପ୍ରଦାନ କରାଯାଇଥିଲା ।ପ୍ରଥମ ଦିନରେ ଦୌଡ଼କୁଦ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ସମ୍ପାଦକ କୃଷ୍ଣ ଚନ୍ଦ୍ର ମଲ୍ଲିକ ଏବଂ କ୍ରୀଡା ସମ୍ପାଦକ ଶ୍ରୀ ଉମା ଶଙ୍କର ରାଉତ ଙ୍କ ଆୟୋଜନ ଶୈଳୀ ରେ ସମସ୍ତେ ଖୁସି ପ୍ରକଟ କରିଥିଲେ । ଏହି ପ୍ରତିଯୋଗିତା ଆସନ୍ତା କାଲି ଉଦଯାପିତ ହେବା ନେଇ ସୂଚନା ମିଳିଛି।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l