ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରନ୍ଦ୍ର ଭାଇ ଦାମୋଦର ଦାସ ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍ର ଭାରତବର୍ଷରେ ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି. ଭାରତର ରାଜଧାନୀ ଦିଲ୍ଲୀଠାରେ ‘ଅମୃତ ବାଟିକା’ ତିଆରି ହେଉଅଛି ତେଣୁ ସମଗ୍ର ଭାରତବର୍ଷର ପ୍ରତ୍ୟେକ ଗ୍ରାମରୁ ମାଟି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି. ଆଜି ସୁରୁଣ୍ଡି ଗ୍ରାମରେ ଯୁବ ସମାଜସେବୀ ସର୍ବେଶ୍ୱର କ୍ଷେତିଙ୍କ ନେତୃତ୍ତ୍ୱରେ ଗ୍ରାମର ବିଦ୍ୟାର୍ଥୀମାନେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ବିଦ୍ୟାର୍ଥୀ ପ୍ରଦ୍ୟୁମ୍ନ କମ୍ପ, ନିବାସ ଭୋକ୍ତା, କ୍ରିଷ୍ଣାଜିତ ଡାଙ୍ଗ, ପ୍ରକାଶ ରଣା, ଅନନ୍ତ ପ୍ରଧାନ, ଶେଖର କର୍ମୀ, ଚିନ୍ମୟ ନାଏକ, ପ୍ରମିଲ ମେଣ୍ଡୁଳି, ଅତୀତ ମହାକୁଡ଼, ସିପୁନ ନାଏକ ପ୍ରମୁଖ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମକୁ ସଫଳ କରିଥିଲେ. l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l