ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମରେ ରେଡ଼ l 2 କେଜି ଅଫିମ, 2 କେଜି ଗଞ୍ଜେଇ ପାଉଡର ଓ 60 ପ୍ୟାକେଟ ସିଗାରେଟ ସହ ହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ କରିଛି STF l ଜଣେ ନିଶା ବେପାରୀ କୁ ଗିରଫ କରିବାରେ ସଫଳ ହୋଇଛି STF । ଅଭିଯୁକ୍ତ ଜଣକ ହେଲେ ଅବସର ପ୍ରାପ୍ତ କର୍ପୋରେସନ କର୍ମଚାରୀ ସନାତନ ପ୍ରଧାନ । ଜବତ ଅଫିମର ଆନୁମାନିକ ମୂଲ୍ୟ 3 ଲକ୍ଷ ଟଙ୍କା ଓ ଗଞ୍ଜେଇ ପାଉଡ଼ର ମୂଲ୍ୟ 50 ହଜାର ହେବ । ତେବେ କେବେ ଠୁ ଚାଲିଛି ରାକେଟ ଏଥିରେ କେଉଁ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ତାହା ଅଧିକ ତଦନ୍ତ କରୁଛି STF । ସୂଚନା ଅନୁଯାୟୀ ଗତକାଲି କୌଣସି ସୂତ୍ର ରୁ ଖବର ପାଇ STF ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମର ସନାତନ ପ୍ରଧାନ ଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ବ୍ୟାପକ ନିଶା ଦ୍ରବ୍ୟ ସହ ଜନ୍ତୁ ଚମଡା ଓ ଦାନ୍ତ ଜବତ କରିଛି STF । ଅନ୍ୟପଟେ ପୋଲିସ ର ନାକ ତଳେ କିଭଳି ଏତେ ବଡ଼ ରାକେଟ ଚାଲୁଥିଲା କିନ୍ତୁ କୌଣସି ଅଧିକାରୀ ଜାଣିପାରିଲେନି କେମିତି । ବାରମ୍ବାର ବୌଦ୍ଧ ଜିଲ୍ଲା ରେ ବନ୍ୟ ଜନ୍ତୁ ଶିକାର ହେଉଛି l ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ଜିଲ୍ଲା ରେ l ପୁରୁଣାକଟକ ପୋଲିସ କରୁଛି କଣ । ନାମ କୁ ମାତ୍ର ଚାଲିଛି ପେଟ୍ରୋଲିଂ ଵ୍ୟବସ୍ଥା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ଦିନ ଦ୍ବିପ୍ରହରରେ ସନାତନ ଚାରିଛକ ବଜାର ଉପରେ ନିଶା ବେପାର ସହ ନିଶା ସେବନ କରନ୍ତି କିନ୍ତୁ ପୋଲିସ ସବୁ ଦେଖି ଚୁପ ରହିବାର କାରଣ କଣ ବୋଲି ପ୍ରଶ୍ନ ଉଠୁଛି । ପୋଲିସ ସହ ଭିତିରିଆ ସଲାସୁତୁରା ରେ ଚାଲିଥିଲା କି ସନାତନ ଙ୍କ ନିଶା ସାମ୍ରାଜ୍ୟ । ଏଭଳି କିଛି ଏବେ ଚର୍ଚ୍ଚା ଜୋର ଧରିଛି l
More Stories
ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?
ବୋଲଗଡ଼ ଥାନା ପକ୍ଷରୁ ୧୪ବାଇକି ଜବତ ସହ ୨ଜଣ ଗିରଫ ।
ରାଇବନ୍ଧ ଗ୍ରାମ ପୋଖରୀ ପାଖରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।