ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମରେ ରେଡ଼ l 2 କେଜି ଅଫିମ, 2 କେଜି ଗଞ୍ଜେଇ ପାଉଡର ଓ 60 ପ୍ୟାକେଟ ସିଗାରେଟ ସହ ହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ କରିଛି STF l ଜଣେ ନିଶା ବେପାରୀ କୁ ଗିରଫ କରିବାରେ ସଫଳ ହୋଇଛି STF । ଅଭିଯୁକ୍ତ ଜଣକ ହେଲେ ଅବସର ପ୍ରାପ୍ତ କର୍ପୋରେସନ କର୍ମଚାରୀ ସନାତନ ପ୍ରଧାନ । ଜବତ ଅଫିମର ଆନୁମାନିକ ମୂଲ୍ୟ 3 ଲକ୍ଷ ଟଙ୍କା ଓ ଗଞ୍ଜେଇ ପାଉଡ଼ର ମୂଲ୍ୟ 50 ହଜାର ହେବ । ତେବେ କେବେ ଠୁ ଚାଲିଛି ରାକେଟ ଏଥିରେ କେଉଁ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ତାହା ଅଧିକ ତଦନ୍ତ କରୁଛି STF । ସୂଚନା ଅନୁଯାୟୀ ଗତକାଲି କୌଣସି ସୂତ୍ର ରୁ ଖବର ପାଇ STF ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମର ସନାତନ ପ୍ରଧାନ ଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ବ୍ୟାପକ ନିଶା ଦ୍ରବ୍ୟ ସହ ଜନ୍ତୁ ଚମଡା ଓ ଦାନ୍ତ ଜବତ କରିଛି STF । ଅନ୍ୟପଟେ ପୋଲିସ ର ନାକ ତଳେ କିଭଳି ଏତେ ବଡ଼ ରାକେଟ ଚାଲୁଥିଲା କିନ୍ତୁ କୌଣସି ଅଧିକାରୀ ଜାଣିପାରିଲେନି କେମିତି । ବାରମ୍ବାର ବୌଦ୍ଧ ଜିଲ୍ଲା ରେ ବନ୍ୟ ଜନ୍ତୁ ଶିକାର ହେଉଛି l ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ଜିଲ୍ଲା ରେ l ପୁରୁଣାକଟକ ପୋଲିସ କରୁଛି କଣ । ନାମ କୁ ମାତ୍ର ଚାଲିଛି ପେଟ୍ରୋଲିଂ ଵ୍ୟବସ୍ଥା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ଦିନ ଦ୍ବିପ୍ରହରରେ ସନାତନ ଚାରିଛକ ବଜାର ଉପରେ ନିଶା ବେପାର ସହ ନିଶା ସେବନ କରନ୍ତି କିନ୍ତୁ ପୋଲିସ ସବୁ ଦେଖି ଚୁପ ରହିବାର କାରଣ କଣ ବୋଲି ପ୍ରଶ୍ନ ଉଠୁଛି । ପୋଲିସ ସହ ଭିତିରିଆ ସଲାସୁତୁରା ରେ ଚାଲିଥିଲା କି ସନାତନ ଙ୍କ ନିଶା ସାମ୍ରାଜ୍ୟ । ଏଭଳି କିଛି ଏବେ ଚର୍ଚ୍ଚା ଜୋର ଧରିଛି l


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.