ବୌଦ୍ଧ(ଚିତ୍ତ ରଞ୍ଜନ ସିଂ)
ଆଜି ତା :20/09.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ଼ ଗ୍ରାମରେ ଆଜିଏକ ଦୁଖଃଦ ଘଟଣା ଘଟିଯାଇଛି!ଗୋଟିଏ ପଟେ ପଶ୍ଚିମ ଓଡିଶା କୃଷି ଭିତ୍ତିକ ଗଣ ପର୍ବ ମହା ଆନନ୍ଦ ରେ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି 50ରୁ ଉର୍ଦ୍ଧ ଶିଶୁ ଓ ମହିଳା!ସୂଚନା ଅନୁଯାଇ ମୂଷାଡ଼ ଗ୍ରାମରେ ଗତକାଲି ଗଣେଶ ଚତୁର୍ଥୀ ପାଳିତ ହୋଇଥିବା ବେଳେ ଆଜି ମଧ୍ୟାହ୍ନ 11ଘଣ୍ଟl ରେ ଗଣେଶ ପୂଜାବlସି ଚୁଡା ଭୋଗ ଖାଇ 50 ରୁ ଉର୍ଦ୍ଧ ମହିଳା ଓ ଶିଶୁ ଗୁରତର ହୋଇଛନ୍ତି!ଚୁଡା ଭୋଗ ଖାଇବା ପରେ ପେଟ ରେ ଯନ୍ତ୍ରଣା ହେବା ସହ ଅଧିକାଂଶ ବାନ୍ତି କରି ଅସୁସ୍ଥ ହୋଇଥିଲେ !ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲାଓ ଗୁରୁତର ଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଓ ମହିଳା ଥିବା ଜଣାପଡିଛି! ଗୁରୁତର ଙ୍କୁ ଅଧିକ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ପଠା ଯାଇଥିବା ଜଣା ପଡିଛି!ଆଗକୁ ଆହୁରି ଗୁରୁତର ହେବେ ବୋଲି ଆଶଙ୍କା କରାଯାଉଛି!
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l