ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ). ପ୍ରକୃତି ର ଏକ ବିଚିତ୍ର ସୃଷ୍ଟି, ପାର୍ବଣ କୁ ସ୍ୱାଗତ କରିବାପାଇଁ ସଜେଇ ହେଲାଣି ପ୍ରକୃତି ରାଣୀ!ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ଦୁର୍ଗାପୂଜା!ମା ଙ୍କ ଆଗମନ କୁ ନେଇ ପୁଲକିତ ହୋଇ ଉଠିଲାଣି ଧରଣୀରାଣୀ!ଶସ୍ୟ ଶ୍ୟାମଳା ଧରଣୀ ଆଜି ନିଜର ପାତିଆର ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ!ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳର ମହାନଦୀ ପଠା ଠାରୁ ଆରମ୍ଭ କରି ନାଳ, ଝରଣା, ଗହୀର ପଠା ଆଦି ରେ ଦେଖିବାକୁ ମିଳୁଛି କାଶ ତଣ୍ଡି ର ପସରା କି ଅପୂର୍ବ ଏହି ଦୃଶ୍ୟ!ପ୍ରକୃତି ରାଣୀ କୋଳରେ ଅପୂର୍ବ ଆକର୍ଷଣୀୟ ହୋଇ ଉଠୁଛି ନଦୀ ପଠା!ଏହି ଧୋବ ଫରଫର କାଶ ତଣ୍ଡି କୁ ଦେଖିଲେ କବି ମନ ପୁଲକିତ ହୁଏ!ଏ ବର୍ଷ ପ୍ରାକୃତିକ ବିପର୍ଯୟ ସତ୍ୱେ ନଦୀ ନାଳ ପଠା ଗୁଡିକରେ ତାର ସତ୍ତା ବଜାୟ ରଖିଛି କାଶତଣ୍ଡୀ!ଦେଖଣlହlରି ଙ୍କ ମନରେ ଚେନାଏ ହସ ଭରିଦେବା ସହ କବିକୁ ଭାବୁକ କରିଦେଇଛି ଏହି କାଶତଣ୍ଡି l
ନଦୀ ପଠlରେ ହସୁଛି କାଶତଣ୍ଡୀ, କବି ବିଭୋର..

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l