ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
ରାଜ୍ୟର ଥିବା ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କର କର୍ମଚାରୀ ମାନେ ଚଳିତ ମାସ ୨୫,୨୬ ଏବଂ ୨୭ ତାରିଖରେ ଅଲ ଓଡ଼ିଶା କେନ୍ଦ୍ର ସମବାୟ କର୍ମଚାରୀ ମହାସଂଘ ର କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ ହେବାକୁ ନିଷ୍ପତି ନିଆଯାଇଅଛି। ସମବାୟ ବ୍ୟାଙ୍କ ସରକାରଙ୍କ ର ସମସ୍ତ ଜନହିତକରି ଆର୍ଥିକ ଯୋଜନା କାର୍ଯ୍ୟକାରୀ କରିବା ସହିତ ରାଜ୍ୟର ୭୦ ଭାଗ କୃଷି ପରିବାରକୁ କୃଷି ଋଣ ପ୍ରଦାନ କରନ୍ତି। କର୍ମଚାରୀ ମାନଙ୍କ ର ନିରବଚ୍ଛିନ୍ନ ପରିଶ୍ରମ ଫଳରେ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ବହୁ ଲାଭରେ ଚାଲିଆସୁଅଛି ।ଏହି ଲାଭାଂଶ ରୁ କୋଟି କୋଟି ଟଙ୍କା ଇନକମ୍ ଟ୍ୟାକ୍ସ ଦେଉଥିଲା ବେଳେ ସେମାନଙ୍କର ସପ୍ତମ ବେତନ ୧.୧.୧୬ରୁ ଦେବାକୁ ଦାବୀ ହେଇ ଆସୁଥିଲେ ମଧ୍ୟ , ତାହା କୁ କାର୍ଯ୍ୟ କାରି କରିବାକୁ ବ୍ୟାଙ୍କ୍ କତୃପକ୍ଷ ଓ ସମବାୟ ନିବନ୍ଧକଙ୍କ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ସେହିପରି ଯେଁଉ କର୍ମଚାରୀ ମାନେ ସେପ୍ଟେମ୍ବର ୨୦୧୪ ପରେ ଚାକିରୀ କରିଛନ୍ତି ସେମାନେ ଭବିଷ୍ୟନିଧି ରୁ ପେନସନ ପାଇବେ ନାହିଁ।ତେଣୁ ସେମାନଙ୍କ ପାଇଁ ଏକ ପେନସନ ପଣ୍ଡ ଯୋଜନା କାର୍ଯ କାରୀ କରିବାକୁ ଦାବି କରିଆସୁଥିଲେ ମଧ୍ୟ ସମବାୟ ନିବନ୍ଧକ ଏହା କାର୍ଯ୍ୟକାରି କରୁନଥିବାରୁ କର୍ମଚାରୀଙ୍କ ଅବସର ପରବର୍ତ୍ତୀ ସାମାଜିକ ସୁରକ୍ଷା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରୁଅଛି। ଏଥି ସହିତ ସରକାର ଙ୍କ ଦ୍ଵାରା ଅନୁମୋଦିତ ଚାକିରି ସର୍ତ୍ତାବଳୀ କୁ ଉଲଘଂନ କ୍ୟାଡର ଫଣ୍ଡ କୁ ଯେଉଁ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା କାର୍ଯ୍ୟକାରୀ କରାଗଲେ ସମସ୍ତ ବ୍ୟାଙ୍କ୍ କ୍ଷତି କରିବେ ଓ ଯାହା ଫଳରେ ବ୍ୟାଙ୍କ୍ ଭବିଷ୍ୟତରେ ତାର ଲାଇସେନ୍ସ ହରାଇବା ର ଆଶଙ୍କା କରାଯାଉଛି ।ସେହିପରି ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି କି ବ୍ୟାଙ୍କ୍ ସହିତ ସହବନ୍ଧିତ ସମସ୍ତ ସେବା ସମବାୟ ସମିତି ତାହାର ସଞ୍ଚୟ ଜମାଖାତ ରାଜ୍ୟ ସମବାୟ ବ୍ୟାଙ୍କ୍ ରେ ଖୋଲିବାକୁ, ଯାହାଦ୍ଵାରା ବ୍ୟାଙ୍କଗୁଡିକୁ ବହୁ ଅସୁବିଧାରସମ୍ମୁଖୀନ ହେବେ। ଏହି ଦାବୀ ଓ ବ୍ୟାଙ୍କ ସମସ୍ୟା ର ଆଶୁ ସମାଧାନ କରିବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିଥଲେ ମଧ୍ୟ କିଛି ସୁଫଳ ଆସି ନାହିଁ। ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତିଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ୟାଙ୍କ ସଭାପତି ଓ ମହାସଂଘର ପ୍ରତିନିଧିଙ୍କ ଉପସ୍ଥିତିରେ ସେପ୍ଟେମ୍ବର ୩ ତାରିଖ ଦିନ ଭୁବନେଶ୍ଵର ସ୍ଥିତ ରାଜ୍ଯ ସମବାୟ ବ୍ୟାଙ୍କ ଠାରେ ଏ ନେଇ ଆଲୋଚନା ହୋଇଥିଲା। ନିବନ୍ଧକ ସମବାୟ ସମିତି ତଥା ପରିଚାଳନା ନିର୍ଦ୍ଦେଶକ ରାଜ୍ୟ ସମବାୟ ବ୍ୟାଙ୍କ, ସଂଘର ଦାବିଗୁଡିକ ବାବଦରେ କିଛି ସକାରାତ୍ମକ ଆସନ୍ତା ୧୫ ଦିନ ମଧ୍ୟରେ ନେବେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏ ଯାବତ୍ ଏହି ବାବଦରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁଁ, ଆସନ୍ତା ୨୨ ତାରିଖ ଦିନ ସମସ୍ତ କର୍ମଚାରୀ ସାମୁହିକ ଛୁଟିରେ ଯିବେ ବୋଲି ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଆନ୍ଦୋଳନ ରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ଯାଙ୍କ କର୍ମଚାରୀ ମାନେ ମଧ୍ୟ ସାମିଲ ହେବା ନେଇ ସଂଘର ସଭାପତି ଖିରୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ସୌମ୍ୟଜିତ ନାୟକ ସୂଚନା ଦେଇଛନ୍ତି।
More Stories
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l