ଯିଏ ଯାହା କଥା
କହନ୍ତି ଏଠାରେ
କିଏ କାହା କଥା ଶୁଣନ୍ତି ନାହିଁ
ମୁଁ ସବୁ ଜାଣିଛି
କହିବାର ଢଙ୍ଗ
ନିଜ ବଡିମାକୁ ଦିଏ ବଢ଼ାଇ।
ଆଘାତର କଣ୍ଟା
ପିଟି ଅନ୍ୟ ମନେ
କୁଟିଳ ହସରେ ବିଭୋର ହୋଇ
ନିଜେ ଜିଣିବାର
ଖୁସିକୁ ନିଜର
କେତେ ସୁନ୍ଦରେ ବସି ବଖାଣଇ।
ସବୁ ଜାଣି ଶୁଣି
ଥାଏ ଯେ ନୀରବ
ତା’ ଆଡେ କାହାର ନଜର ନାହିଁ
କୁହାଳିଆ ପାଏ
ତାଳି ଧନ୍ଯବାଦ
ସଭିଙ୍କ ଆଦର ତାକୁ ମିଳଇ।
ମୋ କଥା କହନ୍ତୁ
ମୋ ଆଡେ ଚାହାଁନ୍ତୁ
ମାରନ୍ତୁ ତାଳି ମୋ ଆଗରେ ଥାଇ
ମୁଁ, ମୋର, ମୋତେ
ଛଡା କଥା ବିନା
ଆନ କଥା କିଛି କହନ୍ତୁ ନାଇଁ।
ଅସରପା ପରି
ବୁଲେ ଘରଯାକ
ବିହଙ୍ଗ ହେବାର ସ୍ବପ୍ନ ଦେଖଇ
ପୁଷ୍ପକ ଯାନର
ଆକଳନ କରେ
ଶୂନ୍ଯ ଆକାଶରେ ବୁଲିବା ପାଇଁ।
ପାଦରେ ନୂପୁର
ନିଜେ ବାନ୍ଧି ହୋଇ
ନିଭ୍ରୂତ କୁଟୀରେ ନାଚ କରଇ
ସେ ନୂପୁର ଶଦ୍ଦ
ବହୁ କଳଙ୍କିତ
ବେସୁରା ରାଗରେ ଖାଲି କଂପଇ।
ଚାନ୍ଦ୍ରାୟଣ ବ୍ରତ
ମାର୍ଜାର କରିବ
ଶୁଣିବା ଲୋକ ସନ୍ଦେହେ ପଡ଼ଇ
ଶକୁନ କରିବ
ତା’ ଛାତି ଛବିଳ
ଶିଖୀପରକୁ ତୂଳୀ ସଜେଇ?
ଜୟଦେବ ସିଠ। ରାଣୀ ଗୁଡା ଫାର୍ମ, ରାୟଗଡ଼। ୯୪୩୭୫୨୭୩୪୯ ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।