ଭୁବନେଶ୍ବର, (ଦେବାଶିଷ ମହାରଣା):ଆଜି ଠାରୁ ଓଡିଶା ରେ ଜାତୀୟ ଟି ୨୦ କ୍ରିକେଟ୍ ପ୍ରତିରୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତୀଯୋଗିତା ରେ ୨୦ ଟି ରାଜ୍ୟ ର ଦଳ ଭାଗ ନେଇଛନ୍ତି। ମହାରାଷ୍ଟ୍ର,କର୍ଣ୍ଣାଟକ,ତାମିଲ ନାଡୁ,ବେଙ୍ଗଲ,ଗୁଜୁରାଟ,ତେଲେଙ୍ଗାନା,ଉତ୍ତରପ୍ରଦେଶ,ମୁମ୍ବାଇ,ମଧ୍ୟପ୍ରଦେଶ,ବିହାର,ହରିୟାଣା,ଦିଲ୍ଲୀ,ଚଣ୍ଡିଗଡ଼,ଛତିଶଗଡ,ଜାମ୍ମୁ,କାଶ୍ମୀର,ଓଡିଶା,ଆନ୍ଧ୍ରପ୍ରଦେଶ,ପଞ୍ଜାବ,ରାଜସ୍ଥାନ ଏବଂ କେରଳ ।ଏହି ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇ ୦୧ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପତିଯୋଗିତା ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ଭୁବନେଶ୍ବର ର ୩ ଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବରେ ଓଡିଶା ରାଜ୍ୟ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ର ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ,ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳ ଅଲରାଉଣ୍ଡର ଶ୍ରୀ ଏମ୍ ଡି ଜାଫର ଇକବଲ୍ ସମ୍ମାନିତ ଅତିଥି ଏବଂ ହାଇଟେକ୍ ମେଡିକାଲ କଲେଜ ଷ୍ଟାଡିୟମ ଠାରେ ପ୍ବର୍ବତନ ସାଂସଦ ପ୍ରଦୀପ କୁମାର ମାଝି ମୁଖ୍ୟ ଅତିଥୀ ଭାବରେ ଯୋଗଦାନ କରିଥିଲେ।ପ୍ରଥମ ମ୍ୟାଚ୍ ଓଡିଶା ବନାମ କେରଳ ହୋଇଥିଲା।ଓଡିଶା ଦଳ ଟଚ୍ ଜିତି ବୋଲିଙ୍ଗ ର ନିଷ୍ପତି ନେଇଥିଲେ।କେରଳ ଓଡିଶା ବିପକ୍ଷ ରେ ୫ ୱିକେଟ୍ ହରାଇ ୧୦୩ ରନ ସଂଗ୍ରହ କରଥିଲା।୨ୟ ଇନିଂସ ରେ ଓଡିଶା ୪ ୱିକେଟ୍ ହରାଇ ୮୨ ରନ୍ ସଂଗ୍ରହ କରି କେରଳ ଠାରୁ ୨୧ ରନ୍ ରେ ପରାସ୍ତ ହୋଇଥିଲେ। ସେହିଭଳି ୨ୟ ମ୍ୟାଚ୍ ଟି ତାମିଲନାଡୁ ବନାମ ବେଙ୍ଗଲ ଖେଳାଯାଇଥିଲା।ଏଥିରେ ବେଙ୍ଗଲ ଦଳ ଟଚ୍ ଜିତି ବୋଲିଙ୍ଗ ର ନିଷ୍ପତି ନେଇଥିଲା।ତାମିଲନାଡୁ ୪ ୱିକେଟ୍ ର ପତନ ରେ ୧୦୨ ରନ ସଂଗ୍ରହ କରିଥିଲା। ବେଙ୍ଗଲ ଦଳ ୨ୟ ଇନିଂସ ଖେଳି ୭ ଟି ୱିକେଟ୍ ପତନ ରେ ୮୫ ରନ ସଂଗ୍ରହ କରି ୧୭ ରନ ରେ ପରାସ୍ତ ହୋଇଥିଲେ।ସେହିଭଳି ହାଇଟେକ ମେଡିକାଲ କଲେଜ ଷ୍ଟାଡିୟମ ଠାରେ ଉତ୍ତରପ୍ରଦେଶ ବନାମ ବିହାର ଖେଳାଯାଇଥିଲା। ଉତ୍ତରପ୍ରଦେଶ ବିହାର ବିପକ୍ଷ ରେ ୫ଟି ଓ୍ବିକେଟ ପତନ ରେ ୮୫ ରନ ସଂଗ୍ରହ କରିଥିଲେ। ସେହିଭଳି ୨ୟ ଇନିଂସ ରେ ବିହାର ଉତ୍ତରପ୍ରଦେଶ ବିପକ୍ଷ ରେ ୪ ଟି ଓ୍ବିକେଟ ର ପତନ ରେ ୬୧ ରନ ସଂଗ୍ରହ କରି ଉତ୍ତରପ୍ରଦେଶ ଠାରୁ ୨୪ ରନ ରେ ପରାସ୍ତ ହୋଇଛନ୍ତି। 3ୟ ମ୍ୟାଚ୍ ଟି ଜାମ୍ମୁ କାଶ୍ମୀର ବନାମ ଦିଲ୍ଲୀ ଖେଳା ଯାଇଥିଲା। ଦିଲ୍ଲୀ ଜାମ୍ମୁ କାଶ୍ମୀ ବିପକ୍ଷ ରେ ୪ ଓ୍ବିକେଟ ପତନ ରେ ୬୬ ରନ ସଂଗ୍ରହ କରିଥିଲେ। ସହିଭଳି ଜାମ୍ମୁ କାଶ୍ମୀର ଦିଲ୍ଲୀ ବିପକ୍ଷ ୬ ଓ୍ବିକଟ ର ପତନ ରେ ୬୭ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।ସେହିଭଳ ଇଡ୍କୋ ପଡିଆରେ ଖେଳା ଯାଇଥିବା ଚଣ୍ଡୀଗଡ ବନାମ ଛତିଶଗଡ ମ୍ୟାଚ୍ ରେ ଚଣ୍ଡୀଗଡ ୪ ଓ୍ବିକେଟ ପତନରେ ୯୧ ରନ ସଂଗ୍ରହ କରିଥିଲେ।ଛତିଶଗଡ ୯୧ ରନ ର ପିଛା କରି ୭୦ ରନ ରେ ଅଲ୍ଆଉଟ୍ ହୋଇଥିଲେ।
ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ଓଡିଶା ରେ ଅନୁଷ୍ଠିତ l


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।