{ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
କନ୍ଧମାଳ -26/09/23କନ୍ଧମାଳ ଜିଲ୍ଲାର 12ଗୋଟି ବ୍ଲକରେ ଥିବା ଜନ ପ୍ରତିନିଧି ଅର୍ଥାତ୍ ୱାର୍ଡ ମେମ୍ବର,ନାୟବ,ସରପଞ୍ଚ, ଅନ୍ୟ ଜନ ପ୍ରତିନିଧିମାନେ ଜିଲ୍ଲା ସ୍ତରୀୟ ବୈଠକ ଅନଷ୍ଠିତ ହେଇଛି। ଆଲୋଚନାରେ ବ୍ଲକ ପ୍ରଶାସନ ଙ୍କ ଉପରେ ବର୍ଷି ଲେ ମିଳିତ ଜନ ପ୍ରତିନିଧିମାନେ ।ଏହି ସଭାରେ ମୁଖ୍ୟ ଅଥିତି କନ୍ଧମାଳ ଜିଲ୍ଲା ଉପଦେଷ୍ଟା ଶ୍ରୀ ପରମାନନ୍ଦ ନାୟକଙ୍କ ନେତୃତ୍ୱରେ କ. ନୂଆଗାଁ ଥିବା ଦିବ୍ୟ ଜ୍ୟୋତି ସଭା ଗୃହ ଠାରେ ପାଞ୍ଚରୁ ଉର୍ଦ୍ଧ ଜନ ପ୍ରତିନିଧି ଯୋଗ ଦେଇ ଥିଲେ। ଏହି ସଭାରେ ଯୋଗ ଦେଇ ଥିଲେ ଶ୍ରୀ ପ୍ରମୋଦ କୁମାର ଦିଗାଲ, (ଯୁଗ୍ମ ସମ୍ପାଦକ ) ଶ୍ରୀ ବ୍ରହ୍ମାନନ୍ଦ ଦିଗାଲ,(ଉପଦେଷ୍ଟା ) ଶ୍ରୀ ସଞ୍ଜିବ ଦିଗାଲ,(ସଭାପତି) ଦୀପକ ପ୍ରଧାନ, (ଉପ ସଭାପତି ) ଏହି ଜନ ପ୍ରତିନିଧିମାନେ କୌଣସି ସମସ୍ୟା କୁ ନେଇ ବ୍ଲକ କାର୍ଯ୍ୟଳୟ କୁ ଗଲେ ଅଣ ଦେଖା କରୁଛନ୍ତି ଗୋଷ୍ଠି ଉନ୍ନୟନ ଅଧିକାରୀ ।ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତା ପାଇଁ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଙ୍କୁ ଜଣାଇ ଲେ ଆମ କଥା ଶୁଣୁ ନାହାନ୍ତି ସେହି ପରି ଗ୍ରାମ ରୋଜଗାର ସେବକ ମାନେ ମନମୁଖୀ କାମ କରୁଛନ୍ତି । ଆମେ ଜନ ପ୍ରତିନିଧି ନାମକୁ ମାତ୍ର ଜନ ପ୍ରତିନିଧି କୁହାଯାଉଥିବା ବେଳେ ଆମ ପ୍ରତି ହେଉଥିବା ଅଣଦେଖା ଅଭିଯୋଗ ।ଏଣୁ ଆମେ ଚାହୁଁ ନାହୁଁ ଯେ ଜନ ପ୍ରତିନିଧି ହୋଇ ସେବା କରିବାକୁ ପ୍ରତିଶ୍ରୁତି ବୋଧ l ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଓ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେବା ପାଇଁ ଜନ ପ୍ରତିନିଧି ସଂଙ୍ଗ ପକ୍ଷରୁ ନିଷ୍ପତି ନିଆ ଯାଇଛି l
କନ୍ଧମାଳ ଜିଲ୍ଲାର ଜନ ପ୍ରତିନିଧି ପକ୍ଷରୁ ସ୍ଥାନୀୟ ପ୍ରଶାସନ ଉପରେ ଅଭିଯୋଗ l


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ