ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା ଆହତ ଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ

ଭୁବନେଶ୍ବର 26/6/23 ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି. ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି

ଏହି ଦୁର୍ଘଟଣାରେ ଆହତ ମାନଙ୍କୁ ଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି .ଘଟଣାସ୍ଥଳ କୁ ତୁରନ୍ତ ଯାଇ ବିପନ୍ନ ଙ୍କୁ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ ଓ ଗଞ୍ଜାମ DPCC ଅଧ୍ୟକ୍ଷ ବିଧାୟକ ବିକ୍ରମ ପଣ୍ଡା ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ