ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ
ସୁନ୍ଦରଗଡ଼, 24/06: ରାଜଗାଙ୍ଗପୁର ଲେବେଲ କ୍ରସିଂ ଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ (ROB Project) ପ୍ରକିୟା ତ୍ୱରାନ୍ୱିତ ହୋଇଛି I ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି I
ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ 2018 ମସିହାରେ ଆରମ୍ଭ ହୋଇଥିଲା ମାତ୍ର ଜମି ଅଧିଗ୍ରହଣ ଜନିତ ସମସ୍ୟା ଥିବାରୁ 2022 ରେ ଏହାର ଟେଣ୍ଡର ବାତିଲ କରାଯାଇଥିଲା I
ପ୍ରକାଶ ଥାଉ କି ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନ୍ ଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ସେ ରାଜଗାଙ୍ଗପୁର ର ଏହି ବ୍ରିଜ ନିର୍ମାଣ ସ୍ଥାନ ମଧ୍ଯ ପରିଦର୍ଶନ କରିଥିଲେ ଓ ନିର୍ମାଣ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ I 5T ସଚିବ ଙ୍କ ଏହି ଗସ୍ତ ସମୟରେ ଜନସାଧାରଣ ମାନେ ତାଙ୍କୁ ଭେଟି ଥିଲେ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ 5T ସଚିବ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ I
More Stories
(ଆମ ଓଡ଼ିଶା ଖାବର )ନୂତନ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପ୍ରେସବାର୍ତ୍ତା
ରାୟଗଡାରେ ଆଉ ଜଣେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନବୀନ ଚନ୍ଦ୍ର ନlୟକ, ଙ୍କ ଯୋଗଦାନ l
ରାୟଗଡା,ଜିଲ୍ଲାପାଳ ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ନିୟମିତ ସମୀକ୍ଷା ହେବା ଆବଶ୍ୟକ l