ଓଡିଶା ଶିକ୍ଷା ଦେବା ସ୍ଥରରେ ସମୁଦାୟ ଏକଶହ ଷାଠିଏ ଜଣଙ୍କ ମଧ୍ୟରୁ ଏକଶହ ଅଠର ନମ୍ବର ରେ ରହି କୃତିତ୍ୱ ହାସଲ କରି ଚଳିତ ବର୍ଷ ଓଡିଶା ଶିକ୍ଷା ବିଭାଗ ରେ ଅଧିକାରୀ ହୋଇ ବାଲୁଗାଁ ତଥା ବଡକୁଳ ନିବାସୀ ଶ୍ରୀମତୀ ସ୍ୱାଧୀନ୍ନା ମଞ୍ଜରୀ ବେହେରା ଗୌରବ ଆଣିଛନ୍ତି l ଏହା ପୂର୍ବରୁ ସେ ଦୀର୍ଘ ପାଞ୍ଚ ବର୍ଷ ହେବ କାଳୀଜାଈ ଅପର ପ୍ରାଇମେରୀ ବିଦ୍ୟାଳୟ ସ୍ୱରଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଉଥିଲେ l ନିଜ ଗ୍ରାମ ନିକଟସ୍ଥ ଅଠର ବାଟିଆ ପଞ୍ଚାୟତର ଚନ୍ଦ୍ରାପୁଟ ସରକାରୀ ବିଦ୍ୟାଳୟ ରେ ବିଗତ ଦଶବର୍ଷ ହେବ ଶିକ୍ଷା ଦାନକରି ଆସୁଥିବା ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ ଥିଲେ l ଗତ 2022ଅଗଷ୍ଟ ଦୁଇ ତାରିଖରୁ ବାଲୁଗାଁ ଉଚ୍ଚବିଦ୍ୟାଳୟରେ ସରକାରୀ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ l ଚଳିତ ମାସ ଊଣାଇସି ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଠାରୁ କାର୍ଯ୍ୟାଭlର ଗ୍ରହଣ କରି ପ୍ରଧାନ ଶିକ୍ଷୟିତ୍ରୀ ରୂପେ ବିଦ୍ୟାଳୟ ରେ ଯୋଗ ଦେଇଛନ୍ତି l ଶ୍ରୀମତୀ ସ୍ୱାଧୀନl ମଞ୍ଜରୀଙ୍କ କହିବା କଥା ଆଗାମୀ ଦିନ ମାନରେ ବିଦ୍ୟାଳୟର ଥିବା ସମସ୍ତ ସମସ୍ୟାକୁ ନଜର ରଖିବା ସହିତ ଏହାର ସଦୁପଯୋଗ କରି ଉର୍ନ୍ନତି ପଥରେ ଆଗେଇ ନେବାପାଇଁ ପ୍ରତିଶୃତି ବଧ ଅଟନ୍ତି l ପିଲାମାନେ ପାଠ ପଢ଼ାରେ କିଭଳି ଭାବେ ଉର୍ନ୍ନତି ଆଣିପାରିବେ ଓ ଉର୍ନତ ଜ୍ଞାନ କୌଶଳ ରେ ପାଠ ପଢା ସହିତ ଛାତ୍ର ଛାତ୍ରୀ ଭଲ ମାର୍କ ଭଲ ରଖି ଅଞ୍ଚଳର ଗୌରବ ବା ରାଜ୍ୟରେ ଗୌରବ ବୃଦ୍ଧି ହୋଇପାରିବ ସେଥିପ୍ରତି ସତନ୍ତ୍ର ଧ୍ୟାନ ଦେବେ ବୋଲି ଏହି ଅଞ୍ଚଳ ରେ ପ୍ରତିଶୃତି ଦେବା ସହିତ ଯଥାଶୀଘ୍ର ଉଚ୍ଚବିଦ୍ୟାଳୟର ଖେଳ ପଡିଆ ନବୀକରଣ, ଲାଇବ୍ରେରୀ, ବିଜ୍ଞାନ ଗାରର ସରଞ୍ଜାମ, ଏଭଳି ବିଭିନ୍ନ ଉର୍ନ୍ନତି ମୂଳକ ପଦକ୍ଷେପ ନେବେ ବୋଲି ଅଣ୍ଟା ଭିଡ଼ିଥିବା ସୂଚନା ଦେଇଛନ୍ତି l ଏହା ସହିତ ଏହି ଅଞ୍ଚଳର ଜ୍ଞାନୀ ଗୁଣି ଓ ବୁଦ୍ଧିଜୀବୀ ମାନଙ୍କ ଠାରୁ ଆଶ୍ରିବାଦ ଭିକ୍ଷା ମାଗିଥିବା ଯାହା ସୂଚନା ମିଳିଛି, ବିକାଶ ଧାରାକୁ ଆଗେଇ ନେବା ପାଇଁ ସମସ୍ତଙ୍କ ସାହାର୍ଯ୍ୟ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି l
More Stories
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ