ରିପୋର୍ଟ : କପିଳେଶ୍ଵର ସିଂହ
ଖୋର୍ଦ୍ଧା ଟାଗିଂ ଭୂଷଣ୍ଡପୁର ଅଭୟମୁଖି ମଠପାଟଣା ଠାରେ ଆଜି ବିଶ୍ଵର ବଡ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ମଠପାଟଣା ରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଛ।ଜଗନ୍ନାଥ ମନ୍ଦିର ନିକଟରେ ଭକ୍ତ ମେଳରେ ଏକ ବିରାଟ ପଟୁଆରରେ ଆସି ମହାପ୍ରଭୁ ରଥକୁ ବିଜେହେବା ଇଥିଲେ।ମହାପ୍ରଭୁ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରେ ପହଞ୍ଚିଵେ ସେହିପରି ପ୍ରେକ୍ଷିରେ ପୁରୀ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠୁଥିବା ବେଳେ ଆଜି ଭୁଷଣ୍ଡପୁର ମଠପାଟ୍ଟଣା ଚଳଚଂଚଳ ହୋଇଛି।ଠାକୁରଙ୍କ ରିତିନିତୀ ପରମ୍ପରା ଅନୁସାରେ ସମାପନ ହେବା ପରେ ମହାପ୍ରଭୁଙ୍କୁ ପହଣ୍ଡି କରାଯାଇ ରଥାରୂଢ ହୋଇଥିବା ବେଳେ ପାରିକୁଦଗଡ ରାଜା ଙ୍କ ଦ୍ଵାରା ରଥରେ ଛେରାପହଁରା ନୀତି ସମ୍ପନ୍ନ ହୋଇ ମଠପାଟଣାରୁ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା।ଭକ୍ତଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିବା ସହିତ ରଥଟାଣି ଥିଲେ।ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଥିଲା। ମଠପାଟଣା ରଥଯାତ୍ରାରେ ଜିଲ୍ଲା ପ୍ରସାଶନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।ଘଟଣା ସ୍ଥଳରେ ରଡକ୍ରସ,ସ୍ୱାସ୍ଥ୍ୟ, ଅଗ୍ନିଶମ ବିଭାଗ ଓ।ସ୍ଥାନୀୟ ଅଂଚଳର ଯୁବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ଅନୁରୂପ ଭାବରେ ଆଜି ଗଡଖାରଦ ଚନ୍ଦ୍ରମଣି ତିର୍ଥ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ, ବଳଭଦ୍ର,ଓ ମା ଶୁଭନ୍ଦ୍ରା ଙ୍କ ପହଣ୍ଡି ବିଜେ କରାଯାଇ ସ୍ଥାନିୟ ଗଡଖାରଦ ଦେଵଦଳଵେରାଙ୍କ ଦ୍ଵାରା ରଥରେ ଛେରାପହଁରା କରି ରିତିନିତୀ ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇ ତିନି ଠାକୁର ରଥାରୂଢ ହୋଇ ମାଉସୀ ଲକ୍ଷିନାରାୟଣ ଗୁଣ୍ଡିଚା ମନ୍ଦିର ରେ ପହଞ୍ଚି ଥିଲେ । ଏହି କାର୍ଯ୍ୟକ୍ରମ କୁ ଜଗନ୍ନାଥ କମିଟି ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ କରାଯାଇଥିଲା।ସ୍ଥାନୀୟ ଅଂଚଳରେ ଭକ୍ତି ଭାଵମୟ ପରିବେଶ ସୃଷ୍ଟି ହୋଇଥିଲା।
More Stories
ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଠମଲ୍ଲିକ ବିଜୟୀ l
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l