ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ତଥା ବାଣପୁର ବାଲୁଗାଁ ଚିଲିକା ଓ ଟାଙ୍ଗୀ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ନେଇ ଗଠିତ ଚିଲିକା ପ୍ରେସ କ୍ଲବ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଯାଇଅଛି।ବାଣପୁର ବ୍ଲକ ମା ପଣ୍ଡାବାଶୁଣି ପୀଠରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଭିତରେ କର୍ମଜୀବୀ ସାମ୍ବାଦିକ ହିସାବରେ ଆଜିର ଦିବସରେ ସାମ୍ବାଦିକ ମାନେ ପରସ୍ପର ମଧ୍ଯରେ ସୁଖଦୁଃଖ ବାଣ୍ଟିଥିଲେ। ଏହି ଅବସରରେ ସଂଘର ସଭାପତି ପ୍ରକାଶ କୁମାର ପ୍ରଧାନଙ୍କ ପୌରହିତ୍ଯରେ ଏକ ସଭା କରାଯାଇଥିଲା। କିପରି ସାମ୍ବାଦିକ ମାନେ ଚାପମୁକ୍ତ ହୋଇ କାର୍ଯ୍ୟ କରିବେ, ଲୋକ ପ୍ରତିନିଧିମାନଙ୍କ ଗୋଡାଣିଆ ନ ହୋଇ ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଜନସାଧାରଣଙ୍କ ଆସ୍ଥା ପ୍ରକଟ ହୋଇପାରିବେ ତାହା ଆଲୋଚନା ର ପ୍ରମୁଖ ବିଷୟ ଥିଲା। ଗଣତନ୍ତ୍ର ର ଶେଷ ଖୁଣ୍ଟି ହିସାବରେ ଗଣମାଧ୍ୟମ ର ପଦମର୍ଯ୍ୟାଦା ରଖିବାରେ ଗୁରୁତ୍ବ ଦିଆଯାଇଥିଲା। ନିରପେକ୍ଷ ଖବର ପ୍ରସାରଣ ପାଇଁ ଯଦି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଖବର ରୋକିବାରେ ଚାପ ପ୍ରୟୋଗ କରେ ସଂଘବଦ୍ଧ ଭାବେ କିପରି ମୁକାବିଲା କରାଯାଇପାରିବ ତାହା ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାର ଙ୍କ ଗୋପବନ୍ଧୁ ସ୍ବାସ୍ଥ୍ଯ ବୀମା ଯୋଜନାରେ ପିତାମାତାଙ୍କୁ ଅନ୍ତଭୁକ୍ତ କରିବା ଓ ଜିଲ୍ଲାରେ ଥିବା ସମସ୍ତ ଟୋଲଗେଟ ରେ ପାଶ ମିଳିବା ଓ ସାମ୍ବାଦିକ ମାନଙ୍କ ପାଇଁ ପେନସନ ଯୋଜନା ଶୀଘ୍ର କାର୍ଯ୍ୟ କରିବାର ଦାବୀ ଅତିଶୀଘ୍ର ରାଜ୍ୟ ସଂଘ ସହ ମିଳିତ ଦାବୀ କରିବାକୁ ଭବିଷ୍ଯତ କାର୍ଯପନ୍ଥା ନିର୍ଧାରଣ କରାଯାଇଥିଲା। ସାମ୍ବାଦିକ ସେକ ରୋୖସନ,ସଂଗ୍ରାମ ପାଇକରାୟ. ଅଶୋକ ଜେନା, ଅନନ୍ତ ବାରିକି, ଅଶୋକ ନାୟକ, ସୁଶୀଲ ପ୍ରଧାନ,ପ୍ରସନ୍ନ କୁମାର ମିଶ୍ର,ସନ୍ତୋଷ ମହାନ୍ତି, ଶଙ୍କର ବସ୍ତି, ସନ୍ତୋଷ ଚୌଦୁରୀ, ମନୋଜ ନାଇଡୁ, ଶିବ ପଣ୍ଡା,ମହେଶ୍ୱର ଜେନା, ନୁରସିଂହ ମିଶ୍ର,ବୈକୁଣ୍ଠ ପ୍ରଧାନ,ପ୍ରଦୀପ ସାହୁ , ରାକେଶ ସାହୁ,ଶରତ ଚନ୍ଦ୍ର ବରାଳ, ଅଶୋକ କୁମାର ପାଇକରାୟ, ଅଶ୍ୱିନୀ ବେହେରା,ରଂଜିତ ସାହୁ,ଗୋବିନ୍ଦ ଜାଲି,ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରି ମତାମତ ଦେଇଥିଲେ l ଏହି ଅବସରରେ ସଂଘରେ ନୂତନ ସଦସ୍ୟ ଭାବେ ଜୟଓଡ଼ିଶା ଖବର କାଗଜ ର ମାଲିକ ତଥା ଏଡିଟର ବନମାଳୀ ସାହୁ,ଧରିତ୍ରୀ ଖବର କାଗଜ ପ୍ରତିନିଧି ଦିଲୀପ କୁମାର ସ୍ୱାଇଁ, ଏଭଂ ପୁରାତନ ସଦସ୍ୟ ପ୍ରମୟ ନାଚୁଣୀ ପ୍ରତିନିଧି ଦିଲ୍ଲୀପ ସ୍ୱାଇଁ ସାମିଲ ହୋଇଥିଲେ ସେମାନଙ୍କୁ କ୍ଲବ ତରଫରୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା l
ଚିଲିକା ପ୍ରେସକ୍ଲବ ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ l


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ