ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଯାଇଅଛି।ଲେଣ୍ଡୋ ପଂଚାୟତ ମା ତୋଟା ଭଗବତୀ ପୀଠରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଭିତରେ କର୍ମଜୀବୀ ସାମ୍ବାଦିକ ହିସାବରେ ଆଜିର ଦିବସରେ ସାମ୍ବାଦିକ ମାନେ ପରସ୍ପର ମଧ୍ଯରେ ସୁଖଦୁଃଖ ବାଣ୍ଟିଥିଲେ। ଏହି ଅବସରରେ ସଂଘର ସଭାପତି ଦୀପକ ପ୍ରଧାନଙ୍କ ପୌରହିତ୍ଯରେ ଏକ ସଭା କରାଯାଇଥିଲା। କିପରି ସାମ୍ବାଦିକ ମାନେ ଚାପମୁକ୍ତ ହୋଇ କାର୍ଯ୍ୟ କରିବେ, ଲୋକ ପ୍ରତିନିଧିମାନଙ୍କ ଗଡାଣିଆ ନ ହୋଇ ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଜନସାଧାରଣଙ୍କ ଆସ୍ଥା ପ୍ରକଟ ହୋଇପାରିବେ ତାହା ଆଲୋଚନା ର ପ୍ରମୁଖ ବିଷୟ ଥିଲା। ଗଣତନ୍ତ୍ର ର ଶେଷ ଖୁଣ୍ଟି ହିସାବରେ ଗଣମାଧ୍ୟମ ର ପଦମର୍ଯ୍ୟାଦା ରଖିବାରେ ଗୁରୁତ୍ବ ଦିଆଯାଇଥିଲା। ନିରପେକ୍ଷ ଖବର ପ୍ରସାରଣ ପାଇଁ ଯଦି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଖବର ରୋକିବାରେ ଚାପ ପ୍ରୟୋଗ କରେ ସଂଘବଦ୍ଧ ଭାବେ କିପରି ମୁକାବିଲା କରାଯାଇପାରିବ ତାହା ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାର ଙ୍କ ଗୋପବନ୍ଧୁ ସ୍ବାସ୍ଥ୍ଯ ବୀମା ଯୋଜନାରେ ପିତାମାତାଙ୍କୁ ଅନ୍ତଭୁକ୍ତ କରିବା ଓ ସାମ୍ବାଦିକ ମାନଙ୍କ ପାଇଁ ପେନସନ ଯୋଜନା ଶୀଘ୍ର କାର୍ଯ୍ୟ କରିବାର ଦାବୀ ଅତିଶୀଘ୍ର ରାଜ୍ୟ ସଂଘ ସହ ମିଳିତ ଦାବୀ କରିବାକୁ ଭବିଷ୍ଯତ କାର୍ଯପନ୍ଥା ନିର୍ଧାରଣ କରାଯାଇଥିଲା। ସାମ୍ବାଦିକ ବିକ୍ରମ କେଶରୀ ସାହୁ, ପ୍ରକାଶ ବଳିୟାରସିଂହ,କପିଳେଶ୍ଵର ସିଂହ,ଦାଶରଥି ଶ୍ରୀଚନ୍ଦନ,ବିଭୁତି ଭୂଷଣ ଦାଶ,ସୁଚିତ୍ର ରଂଜନ ଭୁଜବଳ,ଜିତେନ୍ଦ୍ର ମହାପାତ୍ର,ବାଲୁଙ୍କେଶ୍ୱର ବେହେରା, ଞାନ ରଞ୍ଜନ ଦାଶ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରି ମତାମତ ଦେଇଥିଲେ।


More Stories
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.
ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟୀକରଣ ଏବଂ ଷ୍ଟାର୍ଟ-ଅପ ବିକାଶ ଉପରେ ଅଧିବେଶନ l