ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମ ପଞ୍ଚାୟତରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାରା ର ସମ୍ମୁଖୀନ ହେଉଛନ୍ତି ! ଦିନ 12 ଟାରେ ମଧ୍ୟ ପଞ୍ଚାୟତ ଅଫିସ ରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି ! ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ରେ ଘରକୁ ଫେରି ଆସୁଥିବାର ଦେଖିବାକୁ ମିଳୁଛି !
ସାଧାରଣ ଜନତା ଛୋଟ ମୋଟ କାମ ନେଇ ଦୂର ଦୁରାନ୍ତରୁ ଯେକୌଣସି ଅଫିସ କୁ ଆସନ୍ତି ! ସରକାର ଙ୍କ ନିୟମ ଅନୁସାରେ ପ୍ରତେକ ସରକାରୀ ଅଫିସ ଦିନ 10 ଟା ରେ ଖୋଲିବା କଥା ! ହେଲେ ଆଜି ଦେଖିବାକୁ ମିଳୁଛି ଦିନ 12 ଟା ରେ ମଧ୍ୟ ବାବୁମାନଙ୍କୁ ଦେଖାନାହିଁ ! ଆଉ ଆସିବାର ଦୂରର କଥା ଅଫିସ ରେ ତାଲା ଝୁଲୁ ଥିବାର ଦେଖିବାକୁ ମିଳୁଛି ! ଏପରି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ର ବଉଳାବନ୍ଧ ଗ୍ରାମ ପଞ୍ଚାୟତ ରେ ! ଦିନ ପ୍ରାୟ 12 ଟାରେ ଅଫିସ ରେ ତାଲା ଝୁଲୁ ଥିବାର ଦେଖିବାକୁ ମିଳିଛି ! କିନ୍ତୁ ବଡ ଦୁଃଖର ବିଷୟ ଏହି ପଞ୍ଚାୟତ ର ସରପଞ୍ଚ ଓ କୌଣସି ଅଧିକାରୀ ମାନଙ୍କ ଦେଖାଦର୍ଶନ ମିଳୁ ନାହିଁ ! ଯାହା ଦ୍ଵାରା ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି ! ନା ଅଧିକାରୀ ଙ୍କ ଦେଖା ମିଳୁଛି , ନା ସପପଞ୍ଚ ବାବୁ ଙ୍କ ଦେଖା ମିଳୁଛି ! କେବଳ ଦେଖା ମିଳୁଛି ତ ଅଫିସ ରେ ତାଲା ! ସରପଞ୍ଚ ବାବୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କାର କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା ! ଏନେଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ଅନୁରୋଧ l
ବାବୁ ମାନଙ୍କର ଦେଖାନାହିଁ ପଞ୍ଚାୟତ ଅଫିସ ରେ ଝୁଲୁଛି ତାଲା ଲୋକେ ହନ୍ତସନ୍ତ !


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।