ଚିଲିକା (ଆମ ଓଡ଼ିଶା ଖବର )ଆଜି ତା 21/5/2024 ରିଖ ରେ ଆମ୍ ଆଦମୀ ପାର୍ଟି ତରଫରୁ ଚିଲିକା ବିଧାୟକ ପାର୍ଥି ସଂଗ୍ରାମ କେଶରୀ ପରିଡ଼ାଙ୍କ ପାଇଁ ଏକ ରୋଡ଼ ସୋ ଆୟୋଜନ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ଶୁଭାଶିଷ ସ୍ୱାଇଁ ଯୋଗ ଦେଇ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ କରି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ମହିଳା ସମ୍ମାନ ରାଶି, ବେକାରୀ ଭତ୍ତା, ପାଣି, ଫ୍ରୀ ବିଜୁଳୀ ଓ ସ୍ଵଚ୍ଛ ଶାସନ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଆମ ରାଜ୍ୟରେ ଚାଲିଥିବା 24 ବର୍ଷର ଅପାରଗ ଓ ଖଣି, ପାଣି, ଜଳ, ଜଙ୍ଗଲ, ଜମି ଓ ଗରିବ ର ମେହେନତ ଓ ରୋଜଗାର କୁ ଲୁଟୁ ଥିବା ବିଜେଡି ଓ ବିଜେପିର ଆଲୋଚନା କରିଥିଲେ।
ଦିଲ୍ଲୀ ଓ ପଞ୍ଜାବ ବାସୀ କିପରି ଆମ୍ ଆଦମୀ ପାର୍ଟି ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ଓ ସାଧାରଣ ଜନତା ଲାଭ ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ। ପାର୍ଥି ସଂଗ୍ରାମ କେଶରୀ କିପରି ଚିଲିକା ଅଞ୍ଚଳ ଦିର୍ଘଦିନ ହେଲା ଅବହେଳିତ, ସେ ଜିତିଲେ କିପରି ଏଠିକା ଆଞ୍ଚଳର ଉନ୍ନତି କରିବେ ତାର ରୋଡ଼ ମ୍ୟାପ୍ ଜନସାଧାରଣ ଆଗରେ ତାଙ୍କ ଉଦବୋଧନ ମାଧ୍ୟମରେ ରଖିଥିଲେ। ଏହି ଶୋଭାଯାତ୍ରାରଟି ଲହଙ୍ଗାଡିହ ଗ୍ରାମରୁ ଆରମ୍ଭ ହୋଇ ଗମ୍ଭାରୀମୁଣ୍ଡା ପଞ୍ଚାୟତ, ଭଗବତୀପୁରୁ, ନାଚୁଣୀ, କରଡପଲ୍ଲୀ ଠାରେ ସରିଥିଲା। ଏଥିରେ ଶତାଧିକ ଲୋକେ ଯୋଗ ଦେଇଥିଲେ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।