ଧର୍ମଗଡ – ଧର୍ମଗଡ ବ୍ଲକ୍ ମିର୍ଜାପୂର୍ ବିଜୁ ଏକ୍ସପ୍ରେସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୭ମାସ ଶିଶୁ ର ମୃତ୍ୟୁ ହୋଇଥିବା ବେଳେ ବାପା ମାଁ ଗୁରୁତ୍ୱ ଆହତ ହୋଇଥିବା ଜଣାପଡିଛି ।ସୂଚନା ମତେ ସୋନପୁର ଜିଲ୍ଲା ବିନିକା ଅଞ୍ଚଳର ସୋହେବ ଶବର ୨୮ ସ୍ତ୍ରୀ, ବାପା ମା ଓ ନିଜ ଚୁଆ ସହ ନିଜ ପେଟ ପାଟଣା ପାଇଁ ବେହେରା ଠାରେ ରହି ଆସୁଥିଲେ ।

ରବିବାର ଦିନ ସନ୍ଧ୍ୟା ସମୟରେ ଏକ ବାଇକ୍ ଯୋଗେ ସୋହେଲ ନିଜ ସ୍ତ୍ରୀ ଓ ଶିଶୁ କୁ ଧରି ଜୁନାଗଡ଼ ରୁ ବେହେରା ଅଭିମୁଖେ ଆସୁଥିବା ସମୟରେ ମିର୍ଯାପୂର୍ ନିକଟରେ ପଛପଟୁ ଆସୁଥିବା ଏକ ହାଇୱା ଗାଡ଼ି ଓଡ଼ି ୦୮ କେ ୩୪୩୭ ପଛପଟୁ ଧକ୍କା ଦେଇଥିଲା । ଫଳରେ ତିନିଜଣ ଛିଟିକି ପଡ଼ିଥିଲେ ।ସ୍ଥାନୀୟ ଲୋକ ଉଦ୍ଧାର କରି ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ହିଁ ଡାକ୍ତର ଶିଶୁ ଙ୍କ ମୃତ ହୋଇଥିବା ଘୋଷଣା କରିଥିଲେ ।ଅନ୍ୟପଟେ ଦୁଇ ଗୁରୁତର କୁ ଧର୍ମଗଡ଼ ଡାକ୍ତର ଖାନକୁ ସ୍ଥାନାନ୍ତରିତ କରାଯାଇଛି ।ଖବର ପାଇ କୋକସରା ଓ ଆମ ପାଣି ପୋଲିସ ଘଟଣା ସ୍ଥଳ ପହଞ୍ଚି ତଦନ୍ତ କରୁଥିବା ବେଳେ ସ୍ଥାନୀୟ ଲୋକ ଓ ମୃତା ଙ୍କ ପରିବାର ଲୋକ କ୍ଷତି ପୂରଣ ଦାବିକରୁଥିବା ଜଣାପଡିଛି ।

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l