ବେଗୁନିଆପଡା (ରାକେଶ)
ବେଗୁନିଆପଡା (ଆମ ଓଡ଼ିଶା ଖବର )ସାରା ଓଡ଼ିଶାରେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ନୁଆଁ -ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ବୃତ୍ତି ପ୍ରଦାନ ଯୋଜନା ଚାଲିଥିବା ବେଳେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ପି. ନୁଆଁଗାଁ ସ୍ଥିତ ନବଘନ ନାୟକ ସ୍ନାତକ ମହା ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀ ତ୍ରିନାଥ ନାହାକ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ବନିତା ନାହାକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ଛାତ୍ର ବୃତ୍ତି ଯୋଜନା ସମ୍ବଦ୍ଧରେ ଅବଗତ କରିଥିଲେ | ପରେ ସମସ୍ତ କୃତି ଛାତ୍ର ଛାତ୍ରୀ ଙ୍କୁ ସରକାରଙ୍କ ତରଫରୁ ମିଳିଥିବା ବୃତ୍ତି ପ୍ରମାଣ ପତ୍ର କୁ ପ୍ରଦାନ କରାଯାଇଥିଲା | ଗ୍ରାମାଞ୍ଚଳ ର ଗରୀବ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଉଚ୍ଚ ଶିକ୍ଷା ପାଇଁ ସରକାର ନୁଆଁ -ଓ ଛାତ୍ରବୃତ୍ତି ମାଧ୍ୟମରେ ସହାୟତା ପ୍ରଦାନ କରିଥିବାରୁ ଆଗକୁ ଏହି ଛାତ୍ର ବୃତ୍ତି ମାଧ୍ୟମରେ ସମସ୍ତ ଗରୀବ ଶ୍ରେଣୀର ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ଶ୍ରୀ ନାହାକ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟାପିକା ପୂଜା ମହାପାତ୍ର, ରିମ ଝିମ ଶତପଥି, ସସ୍ମିତା ବାରିକ, ଚନ୍ଦନ ରାଉତ, ନିରଞ୍ଜନ ପରିଡା, ଶିକ୍ଷାବିତ ତାରା ପ୍ରସାଦ ଶତପଥି ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ | ପରେ କଲେଜର ପରିଚାଳନା ନିଁର୍ଧେଶକ ଶ୍ରୀ ତ୍ରିନାଥ ନାହାକ ଙ୍କ ସମେତ ସମସ୍ତ କୃତି ଛାତ୍ର ଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ଫାଇବ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।