ରିପୋର୍ଟ :ରାଘବ ବିଶୋଇ
ବେଗୁନିଆପଡା, (ଆମ ଓଡିଶା ଖବର ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ସାମ୍ବାଦିକ ମାନଙ୍କୁ ନେଇ ଏକ ସାମ୍ବାଦିକ ସଂଘ ଗଠିତ ହୋଇଯାଇଛି। ମଂଗଳବାର ପୂର୍ବାହ୍ନ ପ୍ରାୟ 1ଘଣ୍ଟ ସମୟରେ କୋଦଳା ସ୍ଥିତ!ହନୁମାନ ମନ୍ଦିର ଠାରେ ବହୁ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘ ର ମୁଖ୍ୟ ଲକ୍ଷ ହଉଛି ଗରିବ ନିଷ୍ପେସିତ ଅବହେଳିତ ଏବଂ ସମାଜ ର ସାଧାରଣ ଲୋକ ମାନଙ୍କ ନାହିଁ ନଥିବା ଅସୁବିଧା କୁ ସମାଧାନ କରିବା ସହିତ ସରକାର ଙ୍କୁ ଅବଗତ କରାଇବା ତତସହିତ ଅଞ୍ଚଳର ସାମ୍ବାଦିକ ମାନଙ୍କ ସମାସ୍ଯାକୁ ନେଇ ଆଲୋଚନା କରାଯିବା ପରେ ବେଗୁନିଆପଡ଼ା ସାମ୍ବାଦିକ ସଂଘ ନାମରେ ଏକ ସଂଘ ଗଠିତ ହୋଇ ଯାଇଛି। ୧୬ ଜଣ ସାମ୍ବାଦିକଙ୍କୁ ନେଇ ନବ ଗଠିତ ଉକ୍ତ ସଂଘରେ ସର୍ବ ସମ୍ମତି କ୍ରମେ ବିଜୟ କୁମାର ନାୟକଙ୍କୁ ସଭାପତି, ପବିତ୍ର କୁମାର ରାଉତଙ୍କୁ ସଂପାଦକ, କୃଷ୍ଣ ଚନ୍ଦ୍ର ପଲେଇ ଉପ ସଭାପତି, ସହ ସଂପାଦକ ଭାବେ ଦେବାଶିଷ ମହାରଣା ଓ କୋଷାଧ୍ୟକ୍ଷ ଭାବେ ଜୟ କୃଷ୍ଣ ମାଝୀଙ୍କୁ ମନୋନୀତ କରାଯାଇଛି। ଏତଦବ୍ୟତୀତ ଉପଦେଷ୍ଟା ଭାବେ ସୁଶାନ୍ତ କୁମାର ପଟ୍ଟନାୟକ, ଦେବେନ୍ଦ୍ର ମହାରଣା ଓ ଗଣେଷ ଡାକୁଆ ଟୁକୁନା ପ୍ରଧାନ ଓ ଗୌତମ ବୁଦ୍ଧ ମହାପାତ୍ର ଙ୍କୁ ରଖା ଯାଇଛି। ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ ସମାସ୍ଯାକୁ ନେଇ ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।


More Stories
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।
ଚୋରା ବାଲି ଚାଲାଣ ଗାଡିକୁ ଜବତ କଲା ପୋଲିସ l
କାର୍ତିକ ପୁର୍ଣିମା ଉପଲକ୍ଷେ “କହିବି କାହାକୁ ଦୁଃଖ କାହାଣୀ” ନାଟକକୁ ଉଦଘାଟନ କଲେ କୋଦଳା ଅଧ୍ୟକ୍ଷ।