ରିପୋର୍ଟ :ଦେବାଶିଷ
ବେଗୁନିଆପଡା,(ଆମ ଓଡିଶା ଖବର):ବେଗୁନିଆପଡା ଥାନାରେ ନୂତନ ଆଇଆଇସି ଭାବେ ଶ୍ରୀ ସମୀର କୁମାର ରାଉତ ଯୋଗ ଦେଇଛନ୍ତି | ପୂର୍ବରୁ ଏହି ଥାନାର ଆଇଆଇସି ଅଶୋକ କୁମାର ହାଂସଦଙ୍କ ଛତ୍ରପୁର ମୁଖ୍ୟାଳୟକୁ ବଦଳି ହୋଇଛି | ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ ରାଉତଙ୍କୁ ଥାନା ପରିସରରେ ଭବ୍ୟ ସ୍ୱାଗତ ଜଣା ଯାଇଥିବା ବେଳେ ଆଗକୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ବିହିତ ପଦକ୍ଷେପ ନେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଶେଷ ଦୃଷ୍ଟି ଦେବେ ବୋଲି କହିଛନ୍ତି | ଶ୍ରୀ ରାଉତ ପୂର୍ବରୁ ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଛନ୍ତି |
More Stories
କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲ୍ଲା ପୂର୍ବର ସଭାପତି ହେଲେ ଦେବକାନ୍ତ ଶର୍ମା
ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଠାରେ ଷ୍ଟାର୍ଟଅପ କାର୍ଯ୍ୟକ୍ରମର ଉଦଘାଟନ
ଚିକିଲି ରେ ନୂତନ ଏଟିଏମ ର ଶୁଭ ଉଦଘାଟନ