ରିପୋର୍ଟ :ନାରାୟଣ ଡାକୁଆ
ସୋରଡ଼ା 27/09(ଆମ ଓଡ଼ିଶା ଖବର) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ବ୍ଲକ ଅଧିନ ରେ ଥିବା ବଡଗଡ ର ଗୁନାଖାଲ ଗ୍ରାମରେ ଅଘଟଣ ଘର ଆଗରେ ଓହଳି ରହିଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜନୈକ ଯୁବକଙ୍କ ଯୁବକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ଗୁନାଖାଲ ଗ୍ରାମର ରାମ ଗୌଡ଼ଙ୍କ ୨୫ ବର୍ଷୀୟ ପୁଅ ଟୁଟୁ ଗୌଡ଼ ହୋଇଥିବା ବେଳେ ଆହତ ଜଣକ ଗୋପାଳପୁର ଗ୍ରାମର ବଳରାମ ଗୌଡ଼ ହୋଇଥିବା ଜଣା ପଡ଼ିଛି । ସୂଚନା ମୁତାବକ ବଳରାମ ତା ମାମୁ ଘର ଗୁନାଖାଲ ବୁଲିବାକୁ ଯାଇଥିଲା । ଟୁଟୁଙ୍କ ଘର ସାମ୍ନାରେ ଥିବା ବିଦ୍ୟୁତ୍ ପୋଲରୁ ଏକ ଜୀବନ୍ତ ବିଦ୍ୟୁତ୍ ତାର ଝୁଲି କହିଥିଲା ଯେଉଁଥିରେ ବିଦ୍ୟୁତ୍ ପ୍ରଭାବିତ ହୋଇଥିଲା ।
:ଦୀର୍ଘ ଦିନ ହେଲା ବିଦ୍ୟୁତ୍ ତାରଟି ଝୁଲୁଥିବା ନେଇ ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଜଣାଇ ଥିଲେ ମଧ୍ୟ ସ୍ଥାନୀୟ ଟାଟା ପାୱାରଏସଓଡିଏଲ କିନ୍ତୁ ଏହାକୁ ବାହାର କରିନଥିଲେ ।
ଆଜି ଟୁଟୁର ଦେଢ଼ ବର୍ଷର ଚୁଆ ବିଦ୍ୟୁତ୍ ପୋଲ ଟିକୁ ଧରିବାକୁ ଯାଉଥିଲା ପୁଅକୁ ବଞ୍ଚାଇବାକୁ ଯାଇ ବାପା ଟୁଟୁ ଜୀବନ ହାରିଲା ଏବଂ ଉଦ୍ଧାର କରିବାକୁ ଯାଇ ବଳରାମ ମଧ୍ୟ ଆହତ ହୋଇଥିଲା । ଘରଲୋକ ତାଙ୍କୁ ଉଦ୍ଧାର କରି ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ଟୁଟୁକୁ ମୃତୁ ଘୋଷଣା କରିବା ସହ ବାଲିଆର ଚିକିତ୍ସା ଜାରି ଜାରି ରଖିଛନ୍ତି ।
ଘଟଣା ସ୍ଥଳରେ ବଡଗଡ ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ରହିଛି ।
More Stories
କ୍ଲବ -94 ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ତାଳସର ଗ୍ରାମର ମଠ ମହନ୍ତଙ୍କ ପରଲୋକ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ l