ରିପୋର୍ଟ :ରାକେଶ ମହାରଣା
ବେଗୁନିଆପଡା :- (ଆମ ଓଡ଼ିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳୀମେଘି ଜାଗିଲିପଦର ନୋଡାଲ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ଵିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, ତର୍କ, କୁଇଜ, ସୃଜନଶୀଳତା, ନୃତ୍ୟ, ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ସିଆରସିସି ଅଜିତ କୁମାର ମିଶ୍ରଙ୍କ ତତ୍ୱାବଧାନରେ କାଳୀମେଘି ଠାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ କାଳୀମେଘି ସରପଞ୍ଚ ଶ୍ରୀମତୀ ଅର୍ଚନା ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ଯଅତିଥି ଭାବରେ ବେଗୁନିଆପଡା ବ୍ଲକ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ ଓ ମୁଖ୍ୟବକ୍ତା ଭାବେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସୋମନାଥ ସେଠି ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ କିପରି ବିଭିନ୍ନ ତର୍କ ବିତର୍କରେ ଭାଗନେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର କଳା ପ୍ରଦର୍ଶନ କରି ଅଞ୍ଚଳର ଟେକ ରଖିବେ ସେ ନେଇ ବିସ୍ତୃତ ମନ୍ତବ୍ୟ ଦେଇଥିଲେ ସରପଞ୍ଚ ଶ୍ରୀମତୀ ତ୍ରିପାଠୀ | ଏହି କାର୍ଯ୍ୟକ୍ରମରେ ଜାଗିଲିପଦର ପ୍ରାଥମିକ ବିଦ୍ୟାଳୟ,ମାରୁଡିପଲ୍ଲୀ,ଯାପଟା ପ୍ରାଥମିକ ବିଦ୍ୟାଳୟ,ଯାପଟା କଲୋନୀ ପ୍ରାଥମିକ ବିଦ୍ୟାଳୟ,ଖଲାଡି, ବାଇଦିପଡା ଓ ଜୋକଲୁଣ୍ଡି ପ୍ରାଥମିକ ବିଦ୍ୟାଳୟ ସମେତ କାଳୀମେଘି ଜାଗିଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏଵଂ ଏନ. ଲୁହାକୋଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ସନମାନିତ ଅତିଥି ଭାବେ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଦେବାନନ୍ଦ ମହାରଣା,ରଘୁନାଥ ପ୍ରଧାନ, ନିରଞ୍ଜନ ଭୂୟାଁ,ରାଜକୁମାର ସେଠି, ରବୀନ୍ଦ୍ର କୁମାର ସେଠି,ବାପୁଜୀ ପାତ୍ର, ମାନସ କୁମାର ସାହୁ,ନିବାସ ଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ | ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରହଇଥିଲା | ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା |
More Stories
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ ସ୍କାଉଟ କାର୍ଯ୍ୟକ୍ରମ l
ଅଙ୍ଗାରଗାଁ ପଞ୍ଚାୟତରେ ସ୍ୱଛତା ଉପରେ ଗୁରୁତ୍ୱ
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତଃର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ l