ରିପୋର୍ଟ – ରାକେଶ ମହାରଣା
କୋଦଳା- (ଆମ ଓଡ଼ିଶା ଖବର):ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମ କୋଦଳା ଖଲାଡୀ ସାହି ଛକରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କୁ ରେଡିଓ ମାଧ୍ୟମରେ ନିଜ ମନର କଥା କହିଛନ୍ତି । ଆସନ୍ତା ମାସ ୩ ଅକ୍ଟୋବରକୁ ମନ କି ବାତ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି। ସ୍ଵଚ୍ଛ ଭାରତ ମିଶନ ସଫଳତାକୁ ନେଇ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ସ୍ଵଚ୍ଛ ଭାରତ ମିଶନ ଅଭିଯାନକୁ ମଧ୍ୟ ୧୦ ବର୍ଷ ପୁରା ହେବାକୁ ଯାଉଛି।

ଅନ୍ୟପଟେ ମାତୃଭାଷାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ସାନ୍ତାଳୀ ଭାଷା ପାଇଁ ମୟୁରଭଞ୍ଜ ଯୁବକଙ୍କର ଅନେକ ଅବଦାନ ରହିଛି। ଏହି ପରିପେକ୍ଷୀରେ କୋଦଳା ଖଲାଡି ସାହି ଛକରେ କୋଦଳା ମଣ୍ଡଳ ସଭାପତି ଭଗବାନ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏଥିରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ମଠସରସିଙ୍ଗି ମଣ୍ଡଳ ସଭାପତି ରତନ ବିଶୋଇ, କୋଦଳା ଯୁବ ମୋର୍ଚ୍ଚା ସଭାପତି ବିକାଶ ସ୍ୱାଇଁ,କୋଦଳା ଏନଏସି ୬ ନମ୍ବର ୱାର୍ଡର ୱାର୍ଡ ପ୍ରତିନିଧି ପ୍ରମୁଖଙ୍କ ସମେତ ବହୁ ଛାତ୍ର, ବୁଦ୍ଧିଜୀବୀ, ସମାଜସେବୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ ଅଭିଭାଷଣ ଶୁଣିଥିଲେ ।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।