ଅଙ୍ଗାରଗାଁ ପଞ୍ଚାୟତ ହେବ ସ୍ଵଛ ପରିମଳ

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ଅଙ୍ଗାରଗାଁ ପଞ୍ଚାୟତକୁ ସ୍ୱଚ୍ଛ ପରିମଳ ରଖିବା ପାଇଁ ସରପଞ୍ଚ ପ୍ରତିନିଧି ପୁର୍ଣ ଚନ୍ଦ୍ର ସେଠି ଙ୍କ ଅବଦାନ ଅତୁଳନୀୟ | ପୂର୍ବରୁ ରାସ୍ତା କଡ଼, ଗାଁ, ସ୍କୁଲ ସଫା କରି ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ସେଠି ସୋମବାର ସ୍ଥାନୀୟ ଶ୍ରୀ ଶ୍ରୀ ଅଗ୍ନିଶ୍ୱର ମନ୍ଦିର ପ୍ରାଙ୍ଗଣ ସଫା କରି ସ୍ୱଛତାର ପରିଚୟ ଦେଇଛନ୍ତି | ପରିବେଶ ସ୍ୱଚ୍ଛ ରହିଲେ ଆମେ ସଭିଏଁ ନିରୋଗ ରହିବା ବାର୍ତ୍ତା ନେଇ ସେ ଏହି କାର୍ଯ୍ୟ ଜାରୀ ରଖିଛନ୍ତି |
ଏହି ସଫେଇ କାର୍ଯ୍ୟରେ ସହଯୋଗ କରୁଛନ୍ତି ମୁନା ସାହୁ, ସନ୍ତୋଷ ସାହୁ, ମହେଶ୍ୱର ପାତ୍ର, ଦୁର୍ଗାଚରଣ ସାହୁ, ମହେଶ୍ୱର ମହାପାତ୍ର, ସଂଜୀ, ପପୁନା ସନିଆ ମହାରଣା ପ୍ରମୁଖ | ଏହି ସ୍ୱଚ୍ଛ କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରହିବ ବୋଲି କହିଛନ୍ତି ଶ୍ରୀ ସେଠି |

error: Content is protected !!