ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା (ଆମ ଓଡ଼ିଶା ଖବର ) ଆଜି ଅର୍ଥାତ ତା 04-10-2024 ରିଖ ଶୁକ୍ରବାର ଦିନ ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ସ୍କାଉଟ ଏବଂ ଗାଇଡ ବିଭାଗ ତରଫରୁ 2024-25 ବର୍ଷ ଲାଗି ଏକ ଓରିଏଣ୍ଟସନ କାର୍ଯ୍ୟକ୍ରମ ରୋଭର ଲିଡର ଶ୍ରୀ ସରୋଜ କୁମାର ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଜିବାନନ୍ଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ବ୍ରହ୍ମପୁର ଡେକାନ କଲେଜ ର କ୍ରୀଡା ଶିକ୍ଷକ ତଥା ଦକ୍ଷିଣ ଓଡିଶା ର ଆସିଷ୍ଟାଣ୍ଟ ଲିଡର ଟ୍ରେନର ଶ୍ରୀ ମହାଦେବ ରଥ ମୁଖ୍ୟ ଅତିଥି ରୂପେ ଓ ମହାବିଦ୍ୟାଳୟ ର ବାଟାଣି ବିଭାଗୀୟ ମୁଖ୍ୟ ତଥା ଏନ. ସି. ସି. ଓ ପ୍ରଶାସନିକ ଅଧିକାରୀ ଡ଼ଃ. ଶଙ୍କର ପ୍ରସାଦ ଅଧିକାରୀ ସନମାନିତ ଅତିଥି ରୂପେ ଉପସ୍ଥିତ ଥିଲେ. ସ୍କାଉଟ ରୋଭର ଲିଡର ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡା ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ପରିଚୟ ପ୍ରଦାନ କରିଥିଲେ. ସ୍ବେଛାସେବି ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସନମାନିତ କରାଯାଇଥିଲା. ଡେମୋନଷ୍ଟ୍ରେଟର ଶ୍ରୀ ଧନଞ୍ଜୟ ମହାପାତ୍ର ବେଦପାଠ ପଠନ କରିଥିଲେ ଓ ଠାକୁର ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା. ଏହାପରେ କାର୍ଯ୍ୟକ୍ରମ ର ସଭାପତି ତଥା ଅଧ୍ୟକ୍ଷ ଙ୍କ ଦ୍ୱାରା ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା. ସର୍ବ ପ୍ରଥମେ ସନମାନିତ ଅତିଥି ମେଜର ଡ଼ଃ ଅଧିକାରୀ ସ୍ବେଛାସେବୀ ମାନେ ଯୋଉ ସ୍କାଉଟ ର ପୋଷାକ ପରିଧାନ କରିଥିଲେ ତାହାର ମହତ୍ୱ ଓ କାର୍ଯ୍ୟକାରିତା ବିଷୟରେ ନିଜର ସଂକ୍ଷିପ୍ତ ବକ୍ତ୍ୟବ୍ୟ ରଖିଥିଲେ ଓ ସ୍ବେଛାସେବୀ ମାନେ କିପରି ସମାଜରେ ସେବା କରି ସୁନାମ ଅର୍ଜନ କରିପାରିବେ ସେ ବିଷୟରେ ବୁଝାଇଥିଲେ. ୟାପରେ ମୁଖ୍ୟ ଅତିଥି ତଥା ଟ୍ରେନର ଶ୍ରୀ ମହାଦେବ ରଥ ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ସ୍କାଉଟ କଣ, କେବେ ଆରମ୍ଭ ହୋଇଥିଲା,
କିଏ ଆରମ୍ଭ କରିଥିଲେ, ସାଲୁଟ ଓ ହ୍ୟାଣ୍ଡସେକ କେମିତି ଓ କେତେବେଳ କାହାକୁ କରାଯାଏ, ତିନୋଟି ଆଙ୍ଗୁଠି ସାଲୁଟ କଲାବେଳେ କାହିଁକି କରାଯାଏ ଓ ଏହାର ଅର୍ଥ କଣ, ସ୍ବେଛାସେବୀ କଣ କାର୍ଯ୍ୟ କଲେ ସମାଜ ରେ ନିଜକୁ ପରିଚିତ କରିପାରିବ, ସମାଜ ସେବା ମାନେ କଣ, ଏହି ସ୍କାଉଟ ରେ ଯୋଗ ଦେଲେ ଲାଭ କଣ ଇତ୍ୟାଦି ବହୁତ ଶିକ୍ଷଣୀୟ ବିଷୟ ଉପରେ ଆଲୋକପାତ କରିଥିଲେ. ଏହା ପରେ ସଭାପତି ଅଧ୍ୟକ୍ଷ ଡ଼ଃ. ତ୍ରିପାଠୀ ମହୋଦୟ ସ୍ବେଛାସେବୀ ମାନେ କିପରି ପାଠ ପଢିବା ସଂଗେସଂଗେ ନିଜକୁ ଅନୁଶାସନ ଭିତରେ ରଖି ସମାଜ ପାଇଁ କିଛି ସେବା ଯୋଗାଇ ଦେବା ଲାଗି ନିଜ ନିଜକୁ ନିୟୋଜିତ କରିବା ଲାଗି ପ୍ରବର୍ତାଇଥିଲେ. ଏହି କାର୍ଯ୍ୟକ୍ରମ ରେ ରେଞ୍ଜର ଲିଡର ଅଧ୍ୟାପିକା ସୁଶ୍ରୀ ମିନତୀ ବେହେରା ପ୍ରାରମ୍ଭରୁ ଉପସ୍ଥିତ ରହି ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ଆଜିର ଏହି ସ୍କାଉଟ ର ଆଭିମୁଖ୍ୟ କାର୍ଯ୍ୟକ୍ରମ (ଓରିଏଣ୍ଟସନ ପ୍ରୋଗ୍ରାମ) ରେ ଶତାଧିକ ଛାତ୍ରୀ ତଥା ରେଞ୍ଜର ମାନେ ଓ ଛାତ୍ର ତଥା ରୋଭର ମାନେ ଉପସ୍ଥିତ ଥିଲେ. ଏମାନଙ୍କ ମଧ୍ୟରେ ବରିଷ୍ଠ ଲିଡର ଚନ୍ଦନ ଗୌଡ଼ ଓ କନିଷ୍ଠ ଲିଡର ଆକାଶ ଗୌଡ଼ ସମେତ ସୁମନ ପାତ୍ର, କେଶବ ଡାକୁଆ, ଶଙ୍କର୍ଷଣ ପାତ୍ର, ସହାବାଜ ସରିଫ, ଶୁଭମ ରାଉତ, ସାହିଲ ବାଡ଼ତ୍ୟା, ପବିତ୍ର ସ୍ୱାଇଁ, ଶିବରାମ ବେହେରା, ପ୍ରଶାନ୍ତ ସାହୁ, ସତ୍ୟପ୍ରକାଶ ନାୟକ, ରୁଦ୍ର ପାଣିଗ୍ରାହୀ, ଓମ ପ୍ରଧାନ, ବାଦଲ ବିଷୋୟୀ, ଶୁଭମ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବା ଲାଗି ସମ୍ପୂର୍ଣ ଚେଷ୍ଟା କରିଥିଲେ ଓ ମେକାନିକ ପ୍ରମୋଦ କୁମାର ସାହୁ ଶବ୍ଦ ଓ ଆଲୋକ ର ବ୍ୟବସ୍ଥା କରିଥିଲେ. ପରିଶେଷରେ ସଭାକାର୍ଯ୍ୟ ସଫଳତାର ସହ ସମାପ୍ତ ହେଲା.
More Stories
ଘରେ ବିଦ୍ୟୁତ ସୁଇଜ ମାରିବାକୁ ଯାଇ ଯୁବକଙ୍କ ମୃତ୍ୟୁ ବରଣ କରିଛନ୍ତି।
ଧାନର ମାନକୁ ନେଇ ଚାଷୀ ଆଲୋଚନା ଚକ୍ର ଅନୁଷ୍ଠିତ
କଞ୍ଚଣା ଠାରେ ଗୋ-ପୂଜନ ଉତ୍ସବ ଅନୁଷ୍ଠିତ