ଆସିକା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଯାପିତ ବିଧାୟକଙ୍କ ମନ ମୋହିଲେ କୁନି କଳାକାର  l

ରିପୋର୍ଟ :ରଞ୍ଜନ କୁମାର ରାଉତ

ଆସିକା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆସିକା ଟେକ୍ନିକାଲ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l  ଆସିକା ର ମାନ୍ୟବର ବିଧାୟକ ସରୋଜ କୁମାର ପାଢ଼ୀ, ବ୍ଲକ ଶିକ୍ଷା ଅଧିକାରୀ ମୁନ ରାଣୀ ମହାନ୍ତି, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭାଗିରଥି ପାତ୍ର, ବିଭୁ ନନ୍ଦନ ପଣ୍ଡା,ଟେକ୍ନିକାଲ ହାଇସ୍କୁଲ ର ପ୍ରଧାନଶିକ୍ଷକ ପ୍ରତାପ କୁମାର ମହାପାତ୍ର, ଉପସ୍ଥିତ ଥିଲେ l
ଆସିକା ବ୍ଲକ ର ୨୭ ପଂଚାୟତ ର ୧୩ ଗୋଟି କ୍ଲଷ୍ଟର ୧୩୫ ବିଦ୍ୟାଳୟ, ୦୪ ଗୋଟି କଲେଜ, ଗୋଟିଏ ଆଦର୍ଶ ବିଦ୍ୟାଳୟ ରୁ ୪୧୨ ଜଣ ଛାତ୍ର ଛାତ୍ରୀ ୨୨ ଗୋଟି ବିଭିନ୍ନ ବର୍ଗ ରେ ଅଂଶ ଗ୍ରହଣ କରିଥିଲେ l ଏଥିରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ l ସ୍ଥାନୀୟ ବିଧାୟକ ଏହି ଶିଶୁ ମାନଙ୍କ ନିପୁଣ କଳା ଶୈଳୀ, ଅନ୍ତର୍ନିହିତ କାରୁକାର୍ଯ୍ୟ, ନାଚ ଗୀତ,ସାଂକୃତିକ କାର୍ଯ୍ୟ ଦେଖି ମନ ମୁଗ୍ଧ ହୋଇ ଗଲେ l


ପିଲା ମାନଙ୍କ ମଧ୍ୟରେ ଅନ୍ତଃନିହିତ ଗୁଣ ଏବଂ କଳା ର ବିକଶିତ କରିବା, ବିଦ୍ୟାର୍ଥୀ ମାନଙ୍କ ଇଛା ଶକ୍ତି ବୃଦ୍ଧି କରିବା, ପ୍ରତିଯୋଗିତା ମନ ଭାବ ବଢାଇବା ନିମନ୍ତେ ଏହି ଭଳି ଭିନ୍ନ ଭିନ୍ନ ଧରଣର ପ୍ରତିଯୋଗିତା ମାନ ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ କରାଯାଇଛି l ପିଲା ମାନଙ୍କୁ ନେଇ ରଚନା,ପ୍ରବନ୍ଧ, ବକୃତା, ବିତର୍କ, କୁଇଜ, ଚିତ୍ରାଙ୍କନ, ସାଂସ୍କୃତିକ କାର୍ଯ୍ୟକ୍ରମ, ସଂଗୀତ,ଶିଳ୍ପ କଳା, ସୃଜନଶିଳ ଲିଖନ ଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ବିଭିନ୍ନ ବିଭାଗ ର ର ଅଂଶ ଗ୍ରହଣ କରି କୃତୀତ୍ବ ଲାଭ କରିଥିବା ପ୍ରତି ଯୋଗୀ ମାନଙ୍କୁ ଅତିଥି ଦ୍ୱାରା ପୁରସ୍କୃତ କରାଯାଇଥିଲା l ଆଜିର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ରଖିଥିବା ଆସନ୍ତା ୨୬ ତାରିଖ ରେ ଛତ୍ରପୁର ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି l ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ସମସ୍ତ ପ୍ରଧାନଶିକ୍ଷକ,ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ l

error: Content is protected !!