ଧାନର ମାନକୁ ନେଇ ଚାଷୀ ଆଲୋଚନା ଚକ୍ର ଅନୁଷ୍ଠିତ

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ସ୍ଥାନୀୟ ଶୀଧେଶ୍ୱର ମନ୍ଦିର କଲ୍ୟାଣୀ ମଣ୍ଡପରେ ଏକ କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କୃଷକ ମାନଙ୍କର ସାମୁହିକ ବିକାଶ ଓ କୃଷକ ମାନଙ୍କର ଅମଳ ଧାନ କିପରି ସରକାର କିଣିବେ, କୃଷକ ମାନେ ତାଙ୍କର ବିକ୍ରି କରିଥିବା ଧାନ ର ପ୍ରାପ୍ୟ ପାଇପାରିବେ, ସମସ୍ତ କୃଷକଙ୍କ ଧାନ କିପରି କିଣା ଯାଇ ପାରିବ ସେ ବିଷୟରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଏଫଏକ୍ଯୁ ଧାନ କିପରି ଅମଳ କରିବେ ଏବଂ ତାହାକୁ ମଣ୍ଡିରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିବେ ସେ ନେଇ ସମସ୍ତ ଚାଷୀ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା। ମଣ୍ଡିକୁ ଧାନ ଆଣି ନପାରିଲେ ଚାଷୀ ଧାନ ମଣ୍ଡିରେ ବିକ୍ରି କରିପାରିବେ ନାହିଁ। ପ୍ରଶାସନର ପ୍ରଶ୍ନର ଉତ୍ତର ରଖି ଋଷୁକୁଲ୍ୟ ରାୟତ ମହାସଭା ବେଗୁନିଆପଡା ବ୍ଲକର ଶାଖାର ସାଧାରଣ ସମ୍ପାଦକ ଭାସ୍କର ନାୟକ କହିଲେ ଗଞ୍ଜାମ ଜିଲ୍ଲାରେ ଏଫଏକ୍ଯୁ ଧାନର ବିହନ ନାହିଁ। ଗଞ୍ଜାମ ଜିଲ୍ଲାକୁ ସରକାର ଯେଉଁ ବିହନ ଯୋଗାଇ ଦେଉଛନ୍ତି ତାହା ମୋଟା ଧାନ । ଏଥିପ୍ରତି ସରକାର ଏବଂ ପ୍ରଶାସନ ଧ୍ୟାନ ଦେବା ଦରକାର। କାର୍ଯ୍ୟକ୍ରମରେ ଏସଏଆରସିଏସ ସୁଧାଂଶୁ କୁମାର ମହାରଣା,ସମବାୟ ବ୍ୟଙ୍କର ଶାଖା ପରିଚାଳକ ଏରିଆ ଅଫିସର ଜି. କ୍ରିଷ୍ଣା ରାଓ,ଏମ ସଂଜୀବ ରାଓ, ବେଗୁନିଆପଡା ବ୍ଲକ ଯୋଗାଣ ଅଧିକାରୀ ଉମାକାନ୍ତ ସେଠି, ବେଗୁନିଆପଡା ସରପଞ୍ଚ ପ୍ରତିନିଧି ଦଣ୍ଡୁ ପ୍ରଧାନ, ସମିତିସଭ୍ୟ ପ୍ରତିନିଧି ସନ୍ତୋଷ ପାତ୍ର, କେ. ଗୋଦାବରୀ ଦୋରା, ଅଙ୍ଗାରଗାଁ ସେବା ସମବାୟ ସମ୍ପାଦକ ବସନ୍ତ କୁମାର ଭୂୟାଁ, ଷଣ୍ଢମୂଳ ସେବା ସମବାୟ ସମ୍ପାଦକ ବୁଲା ଡାକୁଆ,ଶରଧାପୁର ସୋସାଇଟି ସମ୍ପାଦକ ପ୍ରଭାତ କୁମାର ଜେନା, ବେଗୁନିଆପଡା ସୋସାଇଟି ସମ୍ପାଦକ ସୁକୁଟା ଗୌଡ଼, ଋଷିକୂଲ୍ୟା ରୟତ ମହାସଭା ସମ୍ପାଦକ ଭାସ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ସେହିପରି ବରିଡା ଅମରେଶ୍ୱର ମନ୍ଦିର ବରିଡା ସୋସାଇଟି ସଭାପତି ସିମାଞ୍ଚଳ ମହାରଣାଙ୍କ ଅଧ୍ୟକ୍ଷତାରେ ଏହି ଚାଷୀ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଞ୍ଚଳରୁ ଶତାଧିକ ଚାଷୀ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେଇଥିଲେ |

error: Content is protected !!