ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ପବିତ୍ର ଗୋଷ୍ଟାଷ୍ଟମୀ ଉତ୍ସବ ଅବସରରେ ଶନିବାର ଖଲ୍ଲିକୋଟ ପ୍ରଖଣ୍ଡର କଞ୍ଚଣା ଠାରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ମିଳିତ ଆନୁକୂଲ୍ୟରେ “ଗୋ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ସମ୍ପାଦକ ଶ୍ରୀ କେଦାର ନାଥ ସାହୁ ସଂଯୋଜନା କରିଥିବା ବେଳେ ବାବାଜୀ ଶ୍ରୀ ପ୍ରତାପ ବେହେରା ମନ୍ତ୍ରପାଠ କରିଥିଲେ | କଞ୍ଚଣା ପଞ୍ଚାୟତ ସରପଞ୍ଚ ଚିତ୍ରସେନ ଘୋଷ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ଓ ଖଲ୍ଲିକୋଟ ପ୍ରଖଣ୍ଡରୁ ଶହେ ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଯୋଗ ଦେଇଥିବା ବେଳେ ବିଜେପି ଯୁବ ନେତା ଆଲୋକ ଶତପଥି, ଖଲ୍ଲିକୋଟ ପ୍ରଖଣ୍ଡ ସଭାପତି ଦାମୋଦର ମହାପାତ୍ର, ଆଚାର୍ଯ୍ୟ ଶ୍ରୀ ପ୍ରତାପ ବେହେରା, ନାରାୟଣ ସୁମନ୍ତରାୟ,ଦୀପ୍ତି ପ୍ରକାଶ ନାୟକ, ରାଜେନ୍ଦ୍ର ଭୂୟାଁ, ଭାବଗ୍ରାହୀ ଘୋଷ, ଜୟସେନ ପରିଡା, ନିରଞ୍ଜନ ପ୍ରଧାନ, ବଚନ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଗୋ-ବଂଶ ସୁରକ୍ଷା ପାଇଁ ଜୟଘୋଷ କରିଥିଲେ |
More Stories
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ