“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”

ରିପୋର୍ଟର :ରଞ୍ଜନ କୁମାର ରାଉତ 

ଆସିକା:-(ଆମ ଓଡ଼ିଶା ଖବର ) ୬ ଡିସେମ୍ବର ମହାତ୍ମାଗାନ୍ଧିଙ୍କ ୯୮ ତମ ଗୋବରା ପଦାର୍ପଣ ଦିବସ  ମହା ଆଡମ୍ବର ସ‌ହକାରେ ପାଳିତ ହୋଇଯାଇଛି ।

ଗୋବରା ବିଶ୍ବଭାରତୀ ଆବାସିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀ ଡାଃ ବିଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସକୁ ପ୍ରତିବର୍ଷ ଗୋବରାରେ ପାଳନ କରାଯାଉଥ‌ିବାରୁ ଭୂୟସୀ ପ୍ରଶଂସା କରିଥିଲେ । ଗୋବରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତଥା ଘୁମୁସର ବିକାଶ ପରିଷଦର ସଭାପତି ସୋମନାଥ ନାୟକ ଉଦଘାଟକ ଭାବେ ଯୋଗଦେଇ ପୂବା ବେଳେ ଗୋପାଳପୁରର ତଥା ଗଞ୍ଜାମ ଜିଲ୍ଲାର ସୁଲେଖକ ତଥା ଶିକ୍ଷାବିତ୍ ସରୋଜ କାନ୍ତ ରଥ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ଲିଙ୍ଗରାଜ ଜେନା, ବିଶିଷ୍ଟ ଲେଖ୍କା ବନ୍ଦନା ମହାପାତ୍ର, ପ୍ରମିଳା ପାଣି, ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ସମାଜସେବୀ ଶୂଳପାଣି ଶତପଥ୍, ଗୌରୀ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥ୍‌ ଭାବେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଆୟୋଜକ-ଉପେନ୍ଦ୍ରଭଞ୍ଜ ସାହିତ୍ୟ ପରିଷଦ ଗୋବରାର ଏହି ମହତ୍ ଉଦ୍ଦେଶ୍ୟ ଆଧାରିତ କାର୍ଯ୍ୟାବଳୀକୁ ପ୍ରଶଂସା କରିଥିଲେ ।

ଅତିଥୂମାନେ ଗୋବରା ମୁଖ୍ୟ ରାସ୍ତାରେ ଥ‌ିବା ‘ଗୋବରା ଗାନ୍ଧୀ’ ବାଞ୍ଛାନିଧୂ ପଟ୍ଟନାୟକ ଏବଂ ‘ଜାତିର ପିତା’ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ବିଶିଷ୍ଟ ଲେଖକ ଗୋପାଳ ଚନ୍ଦ୍ର ଲେଙ୍କାଙ୍କ “ଗୋବରାରେ ଗାନ୍ଧିଜୀ” ପୁସ୍ତକ ଏବଂ ବିଶିଷ୍ଟ ଗାଳ୍ପିକ ତଥା ଔପନ୍ୟାସିକ ସୋମନାଥ ପଣ୍ଡାଙ୍କ ପୁସ୍ତକ ‘ଝରଣା” ମୁଖ୍ୟ ଅତିଥ୍‌ ଡାଃ ବିଜୟ କୁମାର ପଣ୍ଡାଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ଡାଃ ପଣ୍ଡା  ବିଦ୍ୟାଳୟର ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ଦେଇ ସମ୍ବନ୍ଧିତ କରିବା ସହ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଶିକ୍ଷାବିତ୍ ତଥା ସୁଲେଖକ ଲିଙ୍ଗରାଜ ଜେନା ଏବଂ ସରୋଜ କାନ୍ତି ରଥଙ୍କୁ ସମ୍ମାନ ପତ୍ର ଓ ଉପଢୌକନ ଦେଇ ସମ୍ବନ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଶିକ୍ଷକ ମହେଶ୍ବର ରାଉତ ଓ ଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ବେଳେ ପରିଷଦର ସାଧାରଣ ସମ୍ପାଦକ ଦିବ୍ୟଲୋଚନ ବିଶ୍ବାଳ ସମ୍ପାଦକୀୟ ବିବରଣୀ ପାଠ ଏବଂ ପଣ୍ଡିତ ସୁରେନ୍ଦ୍ର କୁମାର ପାତ୍ର ବେଦପାଠ କରିଥିଲେ ଓ ସୁଧାରାଣୀ ଶତପଥୂ ଉଦଯାପନ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ବଭାରତୀ ଆବାସିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଦିବ୍ୟଲୋଚନ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!