1985 ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ l

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ସ୍ଥିତ ଶ୍ରୀ ଶ୍ରୀ ତୁମ୍ବେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ତାଳସର ଉଚ୍ଚ ବିଦ୍ୟାଳୟର 1985 ବ୍ୟାଚ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ବ୍ୟାଚର ଛାତ୍ର ତଥା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀ ପୁର୍ଣଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସେତେବେଳ ସମୟରେ ଅଧ୍ୟୟନ କରିଥିବା ପ୍ରାୟ ତିରିଶିରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ସମସ୍ତେ ନିଜେ ନିଜର ଅନୁଭୂତି ବାଣ୍ଟିବା ସହିତ ଦୀର୍ଘ ଚାଳିଶି ବର୍ଷର ବ୍ୟକ୍ତିଗତ ଅଭିଜ୍ଞତା ତଥା ଭାବ ପୁର୍ଣ କଥା ଆଲୋଚନା କରିଥିଲେ | ଭାବପୁର୍ଣ ପରିବେଶରେ ସମସ୍ତେ ମିଳିମିଶି ଦୀର୍ଘ ବର୍ଷର ଅଭିଜ୍ଞତା ତଥା ନିଜ ପରିବାରର ସମସ୍ତ ବିବରଣୀ ପ୍ରଦାନ କରି ପରସ୍ପର ଖୁସି ବାଣ୍ଟିଥିଲେ | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏହି ସଭାର ସଭାପତି ଶ୍ରୀ ପୁର୍ଣଚନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ରାଜେନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ | ଭଗବାନଙ୍କ ଉପରେ ପୁର୍ଣ ଭରସା ବିଶ୍ୱାସ ରଖି ଆଗକୁ ମାଡି ଚାଲିଲେ କେବେ କାହାର ଅସୁବିଧା ହେବନି ବୋଲି ମତ ଦେଇଥିଲେ ଶ୍ରୀ ସାହୁ | ଏହି ବୈଠକ ସ୍ଥଳରୁ ସେତେବେଳର ଶିକ୍ଷାଦାନ ଦେଇଥିବା ସମସ୍ତ ଗୁରୁ ମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ ଉପସ୍ଥିତ ଛାତ୍ରଛାତ୍ରୀ | ଏହି ବ୍ୟାଚର ଛଅ ଜଣ ସହପାଠୀଙ୍କ ଅକାଳ ବିୟୋଗରେ ମଧ୍ୟ ଦୁଃଖ ପ୍ରକାଶ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଜାଳିବା ପରେ ନିଜର ପରିଚୟ ଦେବା ସହ ପରସ୍ପର ବନ୍ଧୁତ୍ୱ ଭାବକୁ ମନେ ପକାଇ ଭାବ ବିହ୍ଵଳ ହୋଇ ପଡ଼ିଥିଲେ | ଏହି କାର୍ଯ୍ୟକ୍ରମରେ ଚକ୍ରପାଣି ସ୍ୱାଇଁ, ନାରାୟଣ ଦାସ,ଭଗବାନ ସାହୁ, ସୁରେନ୍ଦ୍ର ମହାପାତ୍ର, ପ୍ରଦୀପ ସାହୁ, ହରିକୃଷ୍ଣ ସ୍ୱାଇଁ, ସୋମନାଥ ସାହୁ, ହରି ଭୂୟାଁ, ମୁରଲୀ ଭୂୟାଁ, ବନମାଳୀ ସେଠି, ବୀରେନ୍ଦ୍ର ସାହୁ, ବସନ୍ତ ସାହୁ, ପ୍ରମୋଦ ସ୍ୱାଇଁ, ମାଗୁଣି ଦୋରା, ମୁଦୁଲି ଦୋରା, ଲକ୍ଷ୍ମୀକାନ୍ତ ସାହୁ, ପ୍ରକାଶ ପଲେଇ ପ୍ରମୁଖ ଯୋଗ ଦେଇଥିଲେ |

error: Content is protected !!