ରିପୋର୍ଟ :ନାରାୟଣ ଡାକୁଆ
ସୋରଡ଼ା (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ବଡଗଡ଼ ପଞ୍ଚାୟତ ହରିଜନ ସାହିର ଜଣେ ଦୁଃସ୍ଥ ଓ ଆର୍ଥିକ ଅନଗ୍ରସର ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ହେଲେ ଏହି ଗ୍ରାମର ହରିଜନ ସାହିର ଶିବାନି ନାୟକ। ଉକ୍ତ ମହିଳାଙ୍କ କେହି ନିଜ ପରିଚୟ ବ୍ୟକ୍ତି ନଥିବା ବେଳେ ସାହି ବାସିନ୍ଦାଙ୍କ ସହଯୋଗରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତେବେ ମୃତ୍ୟୁ ଖବର ପାଇ ବରିଷ୍ଠ ସମାଜସେବୀ ତଥା ବଡଗଡ଼ ମଣ୍ଡଳ ସଭାପତି ରାଧାମୋହନ ସ୍ବାଇଁ ପହଁଚି କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ଏବଂ ଆତ୍ମୀୟ ସ୍ୱଜନ କେହି ନଥିବା ଅନୁମାନ କରାଯାଉଥିବା ବେଳେ ସ୍ଥାନୀୟ କିଛି ଲୋକଙ୍କ ସାହାଯ୍ୟ ଓ ସହଯୋଗରେ ସମ୍ପର୍ଣ୍ଣ ହେବା ନେଇ ସୂଚନା ଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବା ନେଇ କହିଛନ୍ତି ବୁଦ୍ଧିଜୀବୀ ଓ ଜନସାଧାରଣ।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l