ବେଗୁନିଆପଡା,(ଦେବାଶିଷ ମହାରଣା):ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରୀପାରି ସ୍ଥିତ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ “ଓଡ଼ିଶା ମିଲେଟସ୍” କାର୍ଯ୍ୟକ୍ରମ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଘୁନାଥ ପ୍ରସାଦ ହରିଚନ୍ଦନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବେଗୁନିଆପଡା ବ୍ଲକ ଏବିଇଓ ଜୟଦେବ ଜେନା ଯୋଗ ଦେଇଥିଲେ | କ୍ଲଷ୍ଟରର ପନ୍ଦର ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।ବିଜେତା ମାନଙ୍କୁ ପୁରସ୍କାର ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ କୁ କ୍ଲଷ୍ଟର ସଂଯୋଜକ ଜଗନ୍ନାଥ ବାରିକ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିପ୍ର ଚରଣ ସାହୁ ଏଵଂ ମୁଖ୍ୟ ଅତିଥି ଭାବେ କାଳୁ ବିଷୋୟୀ, ପ୍ରଫୁଲ ବିଷୋୟୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ | ବିଦ୍ୟାଳୟ ର ଶିକ୍ଷକ ମିଥୁନ ମାଳି ମଞ୍ଚ ପରିଚାଳନା କରିଥିଲେ |
ପ୍ରକାଶ ଭୂୟାଁ, ମଧୁସୂଦନ ସେଠି,ସୌରୀ ଚରଣ ବରାଡ଼,ମହେନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ |
କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ l

More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l