ବେଗୁନିଆପଡା, (ଦେବାଶିଷ ମହାରଣା)
ଦିନକୁ ଦିନ ବୃଦ୍ଧି ପାଉଛି ମାଣ୍ଡିଆର ଚାହିଦା । ମାଣ୍ଡିଆରୁ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ମହିଳା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବା ସହିତ ଏଭଳି ଖାଦ୍ୟ ଯୋଗୁଁ ଅନ୍ୟମାନଙ୍କୁ ଆକର୍ଷିତ କରିପାରୁଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବତନ୍ତ୍ର ପରିଚୟ ଦେଇଛି ମାଣ୍ଡିଆ । ବିଭିନ୍ନ ପାରମ୍ପରିକ ଖାଦ୍ୟ ଏହି ମାଣ୍ଡିଆରୁ ପ୍ରସ୍ତୁତ କରି ମହିଳା ଗୋଷ୍ଠୀର ସଦସ୍ୟମାନେ ବେଶ ଆର୍ଥିକ ସ୍ବାବଲମ୍ବୀ ହୋଇପାରିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମଥର ପାଇଁ ମିଲେଟ ମିଶନକୁ ଗୁରୁତ୍ବର ସହିତ ନିଆଯାଇ ଜିଲ୍ଲାର ବେଗୁନିଆପଡା ବ୍ଲକ କେ.ବରିଡା ଠାରେ ମିରାବାଇ ଙ୍କ ପାଠସାଳା ମାଧ୍ୟମରେ ଚାଷୀଙ୍କୁ ସ୍ବତନ୍ତ୍ର ଭାବରେ ଉତ୍ସାହିତ କରାଯାଇଛି ।
ସ୍ବବାଲମ୍ବି ଭାରତର “ମିଲେଟ୍ ମିଶନ” ମାଧ୍ୟମରେ ଜିଲ୍ଲାରେ ମାଣ୍ଡିଆର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯାଇଛି ।
ମାଣ୍ଡିଆ ଭଳି ପୃଷ୍ଟିକର ପଦାର୍ଥର ବ୍ୟବହାର କରି ଅନେକ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇ ପାରୁଛି ।ଜିଲ୍ଲାର ଏକମାତ୍ର ମିଲେଟ କାଫେ ପ୍ରଥମଥର ପାଇଁ ବେଗୁନିଆପଡା ବ୍ଲକ କେ.ବରିଡା ଜଗନ୍ନାଥ ମନ୍ଦିର ନିକଟରେ ସମାଜସେବୀ ମିରାବାଇ ଦେଓଙ୍କ ସହଯୋଗ ଓ ସୁଜାତା ପଟନାୟକ ଙ୍କ ନେତୃତ୍ବ ରେ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ “ଜୟଜଗନ୍ନାଥ” ଦ୍ବାରା ଆରମ୍ଭ କରାଯାଇଛି ।
ଏହି କାଫେରେ ମାଣ୍ଡିଆରୁ ପ୍ରସ୍ତୁତ କାକରା, ଆରିସା, ଖିରି, ଚକୁଳି, କେକ, ମାଲପୁଆ, ଇଟିଲି, ବରା, ପକୁଡି, ବିସ୍କୁଟ, ମିକ୍ସର ଓ ବିଭିନ୍ନ ମୃଦୁ ପାନୀୟ ତଥା ସେକ ପ୍ରଭୃତି ପାରମ୍ପରିକ ଖାଦ୍ୟ ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି ।
ପ୍ରତ୍ୟେକ ଦିନ ସକାଳୁ ଓ ସଂଧ୍ୟାରେ ଏସବୁ ପାରମ୍ପରିକ ଖାଦ୍ୟର ମଜା ନେବାକୁ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି ।ମହିଳା ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ମିଶନ ଶକ୍ତି ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ମିଲେଟ ମିଶନରେ ଅଂଶୀଦାର ହୋଇ ବେଶ ଉତ୍ସାହିତ ଥିବା କହିଛନ୍ତି । ଘର ଖାଦ୍ୟ ଭଳି ମାଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରି ମହିଳାମାନେ ବେଶ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରି ଥିବାରୁ ସେମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସମାଜସେବୀ ମିରାବାଇ ଦେଓ ଏସବୁ ସ୍ଥାନ ପରିଦର୍ଶନ କରିଥିବା ବେଳେ ଏହି ଗୁଡିକ ପ୍ରସ୍ତୁତ କରି ଅଞ୍ଚଳର ଚାଷୀ ଆର୍ଥିକ ସ୍ତରରେ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି।


More Stories
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।
The auditor of the Director of Education’s office was arrested by vigilance
ବିକାଶ ର ନୂତନ କାର୍ଯ୍ୟକାରି କମିଟି ଗଠନ l