ଆଉ ନାହାନ୍ତି ବିଶିଷ୍ଟ ହାସ୍ୟ ଅଭିନେତା ଅସରାନୀ, କିଛି ଘଣ୍ଟା ପୂର୍ବରୁ ଜାଣାଇଥିଲେ ଦୀପାବଳିର ଶୁଭେଚ୍ଛା।

“ଆମ ଓଡ଼ିଶା ଖବର” ବିଶିଷ୍ଟ ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନୀ ଆଉ ନାହାନ୍ତି। ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି। ନିଜ ଅଭନୟରେ ଦର୍ଶକଙ୍କୁ କିମିଆ କରୁଥିବା ଅଭିନେତା ଅସରାନୀ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଏହି ବରିଷ୍ଠ ଅଭିନେତା ବହୁତ ଦିନ ଧରି ଅସୁସ୍ଥ ଥିଲେ। ଅସରାନୀ ବିଗତ ପାଞ୍ଚଦିନ ଧରି ହସ୍ପିଟାଲରେ ଥିଲେ ଏବଂ ଆଜି ଅପରାହ୍ନ ୩ଟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ପୂର୍ବରୁ, ଅସରାନୀ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଅସରାନୀଙ୍କ ପୂରା ନାମ ଥିଲା ଗୋବର୍ଦ୍ଧନ ଅସରାନୀ। ସେ ରାଜସ୍ଥାନର ଜୟପୁରର ବାସିନ୍ଦା ଥିଲେ। ସେ ୧୯୬୭ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ହରେ କାଞ୍ଚ କି ଚୁଡ଼ିୟାଁ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର ୫୮ ବର୍ଷର ଚଳଚ୍ଚିତ୍ର କ୍ୟାରିଅରରେ ଅସରାନୀ ନିଜର ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।


ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!