ବେଗୁନିଆପଡା, (ଦେବାଶିଷ ମହାରଣା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗୁଡ଼ିଆ ସାହିରେ ଗତ କାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ଜଣଙ୍କ ଘର ପୋଡି ନଷ୍ଟ ହୋଇଯା ଥିଲା । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ନିର୍ଦେଶ କ୍ରମେ ବେଗୁନିଆପଡା ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ଆତ୍ମା ଅଧକ୍ଷ ବିଜୟ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା କଲ୍ୟାଣୀ ପାତ୍ର,ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ସମବାୟ ନିର୍ଦେଶକ ହୃଷିକେଶ ମେହେଣା, ସମାଜସେବୀ ମହେଶ୍ୱର ବରାଡ଼, ସ୍ଥାନୀୟ ସରପଞ୍ଚ ଟୁନି ମାଝୀ, ସମିତି ସଭ୍ୟା ମାମି ବେହେରା କ୍ଷତିଗ୍ରସ୍ତ ପରିବାର ନିକଟରେ ପହଂଚି ସମବେଦନା ଜଣାଇବା ସହ ଚାଉଳ, ଲୁଗାପଟା ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିବ ଜଣାପଡିଛି । ଖବର ପାଇ କୋଦଳା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିଲେ । ନିଆଁ କିପରି ଲାଗିଲା ତାର କାରଣ ଜଣାପଡ଼ି ନାହିଁ । ଅଗ୍ନିକାଣ୍ଡରେ ଏହି ଗ୍ରାମର ମହେନ୍ଦ୍ର ବେହେରା, ରତ୍ନାକର ବେହେରା, ଅଭିମନ୍ୟୁ ବେହେରା, ଭାନୁ ବେହେରା ଓ ସୁରେନ୍ଦ୍ର ବେହେରା ଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହେବା ସହ ସମସ୍ତ ଆସବାବ ପତ୍ର ପୋଡି ହୋଇଯାଇଛି ।
ବିଲିପଡ଼ା ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଂଚିଲେ ଜନପ୍ରତିନିଧି l

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l