ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l

ବେଗୁନିଆପଡା,(ରାକେଶ ମହାରଣା):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଭାରତୀୟ ଜନତା ପାର୍ଟି ପକ୍ଷରୁ ବେଗୁନିଆପଡା ବ୍ଲକ ଘେରାଉ କରିବା ସହ ମହା ମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଭିନ୍ନ ଦାବି ସମୂହ ସ୍ମାରକ ପତ୍ର ବିଡ଼ିଓ ଙ୍କ ଅନୁପସ୍ଥିତ ରେ ଏ ବିଡିଓ ଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି | କବିସୂର୍ଯ୍ୟନଗର ର ବରିଷ୍ଠ ବିଜେପି ନେତା ପ୍ରତାପ ନାୟକ ଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ରାଲି ବେଗୁନିଆପଡା ଶୀଧେଶ୍ଵର ମନ୍ଦିର ରୁ ଆରମ୍ଭ ହୋଇ ବେଗୁନିଆପଡା ବ୍ଲକ ରେ ପହଂଚି ଥିଲା | ରାଜ୍ୟରେ ଭ୍ରଷ୍ଟ ଏଵଂ ଦୁର୍ନୀତି ଯୁକ୍ତ ସରକାରଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବା ସହ ପିସି କାରବାରରେ ସମ୍ପୃକ୍ତ ଭ୍ରଷ୍ଟ ପ୍ରଶାସନ ବିରୁଦ୍ଧରେ ବିଭିନ୍ନ ନାରାବାଜି ପ୍ରଦର୍ଶନ କରିଥିଲେ | ବେଗୁନିଆପଡା ର ସମସ୍ତ ପଞ୍ଚାୟତରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଛନ୍ତି | ଏଣୁ ଅଞ୍ଚଳ କୁ ମରୁଡି ଘୋଷଣା କରାଯାଇ ଚାଷୀଙ୍କର ବିଭିନ୍ନ ବ୍ୟାଙ୍କ ଋଣ ଛାଡ଼ କରିବା ସହ ଅଞ୍ଚଳର ଚାଷୀ ମାନଙ୍କ ପାଇଁ ଜଳ ସେଚନ ସୁବିଧା କରିବାକୁ ଏଥିରେ ଦାବି କରାଯାଇଛି । ଏଥି ସହ ମନରେଗା କାର୍ଯ୍ୟରେ ମେସିନ ଦ୍ଵାରା କାର୍ଯ୍ୟ କରିବା ଦ୍ୱାରା ଗରିବ ଲୋକ ମାନେ କାମ ପାଇବାରୁ ବଞ୍ଚିତ ହେଉଛନ୍ତି, ଏ ସମସ୍ତ କାର୍ଯ୍ୟ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଏହି ଅବସରରେ ଦାବି କରାଯାଇଛି । ସମସ୍ତ ଦାବି ଗୁଡିକ ପନ୍ଦର ଦିନ ମଧ୍ୟରେ ରାଜ୍ୟ ସରକାର କରିବା ହେବେ ନଚେତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି | ଏହି କାର୍ଯ୍ୟକ୍ରମରେ ରାଜ୍ୟ ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଅନିତା ଶୁଭଦର୍ଶିନୀ ପଟ୍ଟନାୟକ,ଗୋକୁଳାନନ୍ଦ ମଲ୍ଲିକ,ଅରୁଣ ପଣ୍ଡା, ପ୍ରଭାକର ପଣ୍ଡା, ସୂର୍ଯ୍ୟ ନାରାୟଣ ନାୟକ,ମୀରାବାଈ ଦେଓ,ବିନାୟକ ତ୍ରିପାଠୀ,ନୀଳମାଧଵ ପାତ୍ର,ଆଲୋକ ଶତପଥୀ,ଶ୍ରୀକାନ୍ତ ମହାପାତ୍ର,ଶ୍ରୀକାନ୍ତ ପଣ୍ଡା, ଚନ୍ଦନ ନାୟକ, ସୁଶାନ୍ତ ବେହେରା, ସଞ୍ଜୟ ଘୋଷ,ଧନୁ ନାୟକ,ମାନସ ସାହୁ,ନାରାୟଣ ସାମନ୍ତରା,ସୁଶାନ୍ତ ଜେନା, କିଶୋର ପୋଲାଇ ଏଵଂ ଚାଷୀ ନେତା ଭାସ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ |

error: Content is protected !!