ରିପୋର୍ଟର:(ପ୍ରସନ୍ନ କୁମାର ଦାଶ)
ପୁରୁଷୋତ୍ତମପୁର(ଆମ ଓଡ଼ିଶା ଖବର )ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ହନୁମାନ ପଲି ଠାରୁ ହୁମା ପର୍ଯ୍ୟନ୍ତ ହୀରାଧାର କେନାଲ ସେତେବେଳର ଜନ ନାୟକ କର୍ମବୀର ବୃନ୍ଦାବନ ନାୟକ ବିଧାୟକ ଓ ମନ୍ତ୍ରୀ ହୋଇଥିଲା ବେଳେ ଏହି କେନାଲ ଚାଷୀଙ୍କ ଜଳ ସେଚନ ବ୍ୟବସ୍ତାପାଇଁ ଖନନ କରାଯାଇ ଆରମ୍ଭ କରାଯାଇ ଥିଲା | ସେହି ଦିନଠାରୁ ଚାଷୀ ମାନଙ୍କ ବର୍ଷା ଦିନରଫସଲ ଧ୍ୟାନ, ମାଣ୍ଡିଆ,ଏବଂ ବହୁ ପନିପରିବା ଚାଷ ନିମନ୍ତେ ଏହା କାମରେ ଆସୁଥିଲା | ହେଲେ ପୁରୁଷୋତ୍ତମପୁର ଏନଏସି ର କୁମ୍ଭାରୀ ଠାରୁ ଆଚୁଲି ପର୍ଯ୍ୟନ୍ତ ସେହି କେନାଲ ର ଦୁଈ ପାର୍ଶ୍ୱରେ ବିଶେଷ କରି ନୀଳକଣ୍ଠ ନଗର ଠାରୁ କୁମ୍ଭାରୀ ଶଙ୍ଖ ଓ ଆଛୁଲି ଶଙ୍ଖପର୍ଯ୍ୟନ୍ତ କିଛି ବାହୁବଳୀ ବ୍ୟକ୍ତି,ଓ ମାଫିଆ ଚାଷୀ ମାନେ ସେହି ଜଳ ସେଚନ କେନାଲ ଉପରେ ଘର, ଦ୍ଵାର କରିବା ସହିତ ନିଜର ଚାଷ ଜମି ପରି ବ୍ୟବହାର କରି ଆସୁଛନ୍ତି | ଏହାଦ୍ୱାରା କେନାଲ ହୁଡ଼ା ତଳେ ପ୍ରକୃତ ଚାଷୀ ଙ୍କ ହେକ୍ଟର, ହେକ୍ଟର ଚାଷ ଜମି କୁ ଯିବା ପାଇଁ ଘୋର ଅସୁବିଧା ହେଉଥିବାର କହିଛନ୍ତି |
ସେମାନେ କହିଛନ୍ତି ସେହି କେନାଲ ହୁଡ଼ା ତଳକୁ ଓଲ୍ଲାହିଁ ସେମାନେ ନିଜ ଚାଷ ଜମି କୁ ସହଜରେ ଯାଇପାରୁଥିଲା ବେଳେ ଏବେ କିଛି ଦୁଷ୍ଟ ଓ ମାଫିଆ ଚାଷୀଙ୍କ ସେହି ହୁଡ଼ା ଉପରେ ବେଆଇନ ଭାବେ ଚାଷ କରିଥିବାରୁସେହି ଚାଷ ଉପରେ ଯିବା ସମ୍ଭବ ହେଉନାହିଁ | ଆଉ ଯଦି ସେହି ଦୁଷ୍ଟ ଚାଷୀଙ୍କୁ ତୁମେ କାହିଁକି ରାସ୍ତା ଅବରୋଧ କରିଛ ବୋଲି ପଚାରିଲେ ସେମାନେ ଅଭଦ୍ର ଭାଷାରେ ଗାଳି ଗୁଲଜକରିବା ସହ ପାଟିତୁଣ୍ଡ କରନ୍ତି |ବେଳେ ବେଳେ ସେମାନଙ୍କ ସହିତ ଝଗଡା କରି ଧମକ ମଧ୍ୟ ଦେଇଥାନ୍ତି | ଦୀର୍ଘ ବର୍ଷ ହେଲା ସେମାନେ ସରକାରୀ ଜାଗାରେ ଘରଏବଂ ଚାଷ ଜମି କରି ସବୁ ମାଡି ବସିଛନ୍ତି | ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ପାଳଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ଯେ ସବୁ ସରକାରୀ ଜମି ମାଡ଼ିବସିଥିବା ଜମିକୁ ଫେରାଇ ଆଣିବାକୁ | ଓ ଜମି ମାଫିଆ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି |
ତେବେ ଜଳ ସେଚନ ବିଭାଗ ର ପୁରୁଷୋତ୍ତମପୁର ଯନ୍ତ୍ରୀ ଗଙ୍ଗାଧର ଦାଶ ଙ୍କୁ ଏହି ବିଷୟରେ ପଚାରିବାରୁ ସେ କହିଲେ ଏହା ଉପରେ ନିର୍ବାହୀ ଯନ୍ତ୍ରୀ ଙ୍କୁ ଜଣାଇ ଦେଇଛନ୍ତି ସେ ମଧ୍ୟ ଛତ୍ରପୁର ଯାଇ ଜିଲ୍ଲାପାଳଙ୍କୁକହିବେ, ଏବଂ ତହସିଲଦାର ଙ୍କୁ କହି ଡ଼ିମାର୍କସେନ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ | ଏବଂ ଡ଼ିମାର୍କସେନ ପରେ ସେହି ସ୍ଥାନମାନଙ୍କ ରେ ସିମେଣ୍ଟ ପିଲର ପୋତି ତାର ବାଡ଼ କରିଦେବେ, ଯାହା ଫଳରେ କେନାଲ ଉପର ଜମି କିଏବି ଅଧିଗ୍ରହଣ କରିପାରିବ ନାହିଁ | ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଜିର ଏହି ସରକାର ଜମି ଘୋଷଣା ପରେ ସବୁ ଅବ୍ୟବସ୍ଥା ସୁଧାରି ଯିବ ବୋଲି ସମସ୍ତ ନିରୀହ ଚାଷୀ ଆଶା ରଖିଛନ୍ତି |


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।