ଦେଶ ପାଳନ କରିଛି 78 ତମ ସ୍ୱାଧୀନତା ଦିବସ  l

ରିପୋର୍ଟ :ରାଘବ ବିଶୋଇ 

କବିସୂର୍ଯ୍ୟନଗର, (ଆମ ଓଡିଶା ଖବର):ସାଧାରଣତଃ ସ୍ୱାଧୀନତା ଦିବସ ପାଇଁ ଦେଶବାସୀ ତଥା ଛାତ୍ରଛାତ୍ରୀ ଙ୍କ ମନରେ ମନରେ ଉତ୍କଣ୍ଠା ଆବେଗ ଭରିଦେଇଥାଏ ଏହି ପବିତ୍ର ଦିନ!ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆବାହାନରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପରେ ଗତକାଲି କିଛି ସ୍ୱତନ୍ତ୍ରତା ଭାବରେ କବିସୂର୍ଯ୍ୟନଗର ବ୍ଲକ ଏବଂ କୋଦଳା ଏନଏସି ଠାରେ ସ୍ୱାଧୀନତା ଦିବସ ପାଳନ କରିବାକୁ ଦେଖିବାକୁ ମିଳିଛି!

କୋଦଳା ଏନଏସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ସର୍ବ ପ୍ରଥମେ କୋଦଳା ଏନ ଏ ସି ପରେ କୋଦଳା ଉପ କାରାଗାର ପରିସରରେ ପତାକା ଉତ୍ତଳନ କରିଥିଲେ ତତସହିତ କୋଦଳା କଲ୍ୟାଣୀ ମଣ୍ଡପ ଠାରେ ସମସ୍ତ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଓ ଶିକ୍ଷକ, ଅଧ୍ୟାପିକା, ଅଧ୍ୟାପିକା ଏବଂ ସମାଜର ବରିଷ୍ଠ ନାଗରିକ, ସମାଜସେବୀ ମାନଙ୍କୁ ଉପ ଢୌକନ, ପୁଷ୍ପ ଗୁଚ୍ଛ ଏବଂ ମାନପତ୍ର ଦେଇ ଯଥାଚିତ ସମ୍ମାନିତ କରିଥିଲେ ଏବଂ ବହୁତ ଆଡମ୍ବର ପୂର୍ଣ୍ଣ ଭାବରେ ଶିଶୁକଳାକାର ମାନେ ସାଂସ୍କୃତିକ ଓ ଦେଶାତ୍ମକ ବୋଧ ସଂଗୀତ ପରିବେଷଣ କରିଥିଲେ l

ସେହିପରି ବୁଢ଼ାମ୍ଭ ପଂଚାୟତର ଆରଆଇ,ଅଫିସ ଠାରେ ତହସିଲଦାର ବିଜୟଲକ୍ଷ୍ମୀ ନାୟକ, ବୁଢ଼ାମ୍ଭ ପଞ୍ଚୟତ ଅଫିସ ରେ ସରପଞ୍ଚ ସୁଜିତା ପଣ୍ଡା,ପୋଲିସ ଫାଣ୍ଡି ” ରେ ଅତିରିକ୍ତି ଆଇଆଇସି, ଅସ୍ତିନି ଭିତିରିଆ ଏବଂ ସରପଞ୍ଚ ପ୍ରତିନିଧି ଯଜ୍ଞ ପ୍ରସାଦ ପଣ୍ଡା,ଫାଣ୍ଡି ଅଧିକାରୀ ଦୋରା ବାବୁ ଓ ଅଂଚଳ ବାସୀ ଙ୍କ ଗହଣରେ ପତାକା ଉତ୍ତୋଳନ ସହିତ ସ୍ୱାଧୀନତା ଦିବସ ପାଳିଲେଓ ସେହିପରି ଭାବରେ ଖୋଜାପଲ୍ଲୀ ଠାରେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟତ୍ରୀ ପିଲାମାନଙ୍କୁ ପରେଡ କରିବା ସହିତ ସ୍ୱାଧୀନତା ଦିବସ ପାଳନ କରିଥିଲେ!

error: Content is protected !!