ରିପୋର୍ଟ :ରାକେଶ ମହାରଣା
ବେଗୁନିଆପଡା(ଆମ ଓଡିଶା ଖବର):ତାଲା ଭାଙ୍ଗି ବିଦ୍ୟାଳୟ ଭିତରେ ଲାଗିଥିବା ଏଲ୍ ଇଡି ଟିଭି ଚୋରୀ। ଚୋରୀ କରି ନେଇ ଯାଇଥିଲେ କିଛି ନାବାଳକଙ୍କ ସହ ଜଣେ ସାବାଳକ ଯୁବକ। ହେଲେ ୫୩ ଇଞ୍ଚୁଆ ଏଲ୍ ଇଡି ଟିଭି ଚୋରୀ କରି କେଉଁଠି ବିକ୍ରି କରି ନପାରି ଅଡୁଆରେ ଫଶିଗଲେ। କୂଅ ଭିତରେ ଫୋପାଡି ଦେଇଥିଲେ | କୂଅରୁ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ।ଗଞ୍ଜାମ ଜିଲ୍ଲା ଏସ୍ ଛଚିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଘଟଣା । ସ୍କୁଲ ଭିତରୁ ଏଲ୍ ଇଡି ଟିଭି ଚୋରୀ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗତକାଲି ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣାର ସତ ବଖାଣି ଥିଲେ ଅଟକ ଯୁବକ। ମଙ୍ଗଳ ବାରେ ବେଗୁନିଆପଡା ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଏସ ଛଚିନାଠାରେ ଥିବା ଏକ କୂଅ ଭିତରୁ ଟିଭି କୁ ବାହାର କରିଛନ୍ତି। ଅଭିଯୁକ୍ତ ୨ ନାବାଳକ ଥିବା ବେଳେ ଜଣେ ୨୦ ବର୍ଷର ଯୁବକ ଯୁବକ ରହିଛନ୍ତି । ସେ ହେଲେ ଏସ୍ ଛଚିନାର ଦୀପକ ବେହେରା ।ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅନ୍ୟ ୨ ନାବାଳକ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।
More Stories
ଶ୍ରୀ ଶ୍ରୀ ଅଗ୍ନିଶ୍ୱର ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ
ବିଦ୍ୟୁତ ବିଭାଗର ଅବହେଳାରୁ ଅଘଟଣ ଆଶଙ୍କା
ଦୋଳ ପୁର୍ଣିମା ଉପଲକ୍ଷେ ପୌରାଣିକ ନାଟକ ମଞ୍ଚସ୍ଥ