ରିପୋର୍ଟ :ରାକେଶ ମହାରଣା
ବେଗୁନିଆପଡା(ଆମ ଓଡିଶା ଖବର):ତାଲା ଭାଙ୍ଗି ବିଦ୍ୟାଳୟ ଭିତରେ ଲାଗିଥିବା ଏଲ୍ ଇଡି ଟିଭି ଚୋରୀ। ଚୋରୀ କରି ନେଇ ଯାଇଥିଲେ କିଛି ନାବାଳକଙ୍କ ସହ ଜଣେ ସାବାଳକ ଯୁବକ। ହେଲେ ୫୩ ଇଞ୍ଚୁଆ ଏଲ୍ ଇଡି ଟିଭି ଚୋରୀ କରି କେଉଁଠି ବିକ୍ରି କରି ନପାରି ଅଡୁଆରେ ଫଶିଗଲେ। କୂଅ ଭିତରେ ଫୋପାଡି ଦେଇଥିଲେ | କୂଅରୁ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ।ଗଞ୍ଜାମ ଜିଲ୍ଲା ଏସ୍ ଛଚିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଘଟଣା । ସ୍କୁଲ ଭିତରୁ ଏଲ୍ ଇଡି ଟିଭି ଚୋରୀ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗତକାଲି ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣାର ସତ ବଖାଣି ଥିଲେ ଅଟକ ଯୁବକ। ମଙ୍ଗଳ ବାରେ ବେଗୁନିଆପଡା ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଏସ ଛଚିନାଠାରେ ଥିବା ଏକ କୂଅ ଭିତରୁ ଟିଭି କୁ ବାହାର କରିଛନ୍ତି। ଅଭିଯୁକ୍ତ ୨ ନାବାଳକ ଥିବା ବେଳେ ଜଣେ ୨୦ ବର୍ଷର ଯୁବକ ଯୁବକ ରହିଛନ୍ତି । ସେ ହେଲେ ଏସ୍ ଛଚିନାର ଦୀପକ ବେହେରା ।ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅନ୍ୟ ୨ ନାବାଳକ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l