ହିଞ୍ଜିଳିକାଟୁ :-୩/୦୬ ପାରିବାରିକ କଳହ ରୁ ଶେରଗଡ଼ ବ୍ଲକ କରଡ଼ା କଣା ପଞ୍ଚାୟତ ର ଲାଉଗଡା ଗ୍ରାମ ର ରଶ୍ମିତା ଗୌଡ଼ ନାମକ ଏକ ମହିଳା ତାର ଦୁଇ ଝିଅ ଓ ପୁଅ କୁ ଧରି କୂଅ କୁ ଡେଇ ଆତ୍ମହତ୍ୟା ଉଦ୍ୟମ। ଫଳରେ ସାନ ଝିଅ ଓ ପୁଅ କୁ ଅଗ୍ନିଶମ ବାହିନୀ ଙ୍କ ସହାୟତା ରେ ମୃତ ଅବସ୍ଥା ରେ ଉଦ୍ଧାର କରିଛନ୍ତି। ବଡ ଝିଅ ଓ ମହିଳା କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ସ୍ବାମୀ ବଳିଆ ଗୌଡ଼ ଚେନ୍ନଇ ରେ କାମ କରୁଛନ୍ତି। ମହିଳା ଜଣଙ୍କ ନିଜ ଜିଭ କୁ କାଟି ଦେଇଥିବା ସୁଚନା ମିଳିଛି ଯାହରି ଫଳରେ ଗୁରୁତର ଭାବେ ଡାକ୍ତରଖାନା ଭର୍ତି ହୋଇଚି। ବଡ ଝିଅ ଗୁଞ୍ଜନ ଗୌଡ଼ ବୟସ 9, ସାନ ଝିଅ ଆଲିଶା ଗୌଡ଼ ବୟସ 8, ପୁଅ ଆଶିଷ ଗୌଡ଼ ବୟସ 4,। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ରିପୋର୍ଟ :-ରଂଜିତ କୁମାର ପୋଲାଇ

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l