ରିପୋର୍ଟ – ଦିଲିପ ଦୁରିଆ
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତହସିଲଦାର ହରେକୃଷ୍ଣ ବରିହା ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି।ସ୍ଵାଧୀନତା ଦିବସ ଶାନ୍ତି,ଶୃଙ୍ଖଳା ଓ ସୌହାର୍ଦ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ ପାଳନ କରିବା ପାଇଁ ତହସିଲଦାର ସମସ୍ତଙ୍କର ସହଯୋଗ କାମନା କରିଥିଲେ।ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ତା ୧୫-୮-୨୦୨୩ ରିଖ ସକାଳ ଘ୯-୧୫ ମିନିଟ୍ ସମୟରେ ଧର୍ମଗଡ ଖେଳ ପଡ଼ିଆଠାରେ ସ୍ବାଧିନତା ଦିବସର ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ।ଉକ୍ତ ଦିନ ପ୍ରାତଃ ସମୟରେ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ଗାନ କରାଯିବ ଓ ସହରରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ସକାଳ ୭ ଘଣ୍ଟା ସୁଦ୍ଧା ମାଲ୍ୟାର୍ପଣ କରାଯିବ।
ସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ, ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ସକାଳ ଘ୭-୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ପ୍ୟାରେଡ୍ ପଡିଆ ସମତୁଲ କରିବା,ବ୍ୟାରିକେଡ଼ ଓ ଟେଣ୍ଡ ନିର୍ମାଣ,ନିମନ୍ତ୍ରିତ ଅତିଥି ଙ୍କ ବସିବା ପାଇଁ ଚୌକି ଯୋଗାଣ ଆଦି ବ୍ୟବସ୍ଥା ପୂର୍ତ୍ତ ବିଭାଗ କରିବେ।ଶାନ୍ତି ଶୃଙ୍ଖଳା ରକ୍ଷା,ପ୍ୟାରେଡ୍ ଅଭ୍ୟାସ ଓ ସ୍ବାଧିନତା ଦିବସ ପ୍ୟାରେଡ୍ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଉପଖଣ୍ଡ ପୋଲିସ ଅଧିକାରୀ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ପ୍ୟାରେଡ୍ ପଡିଆ ପରିଷ୍କାର ପରିଚ୍ଛନ୍ନ ରଖିବା ,ପତାକା ମଞ୍ଚ ସାଜସଜ୍ଜା,ପାନୀୟ ଜଳ ଯୋଗାଣ ,ଆଶୁ ଚିକିତ୍ସା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଗଲା।ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରାଥମିକ, ମାଧ୍ୟମିକ, ହାଇସ୍କୁଲ ଓ କଲେଜ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏହି ବୈଠକରେ,ଧର୍ମଗଡ ବିଡିଓ ଶରତ ଚନ୍ଦ୍ର ସେଠୀ, ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ ଚୋପଦାର,ସହ ଜିଲ୍ଲାପାଳ ନନ୍ଦ କୁମାର ତାଣ୍ଡି ଓ ଏନ୍ ଏ ସି ଅଧ୍ୟକ୍ଷା ମନୀଷା ମିଶ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା,ଅଧ୍ୟାପକ ମାଧବ ଲହଜଲ, କ୍ରୀଡା ଶିକ୍ଷକ ଅଭୟ କୁମାର ବାଗ, ସନ୍ତୋଷ ପାଣିଗ୍ରାହୀ, ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ର ପ୍ରତିନିଧି ତଥା ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।