ଚନ୍ଦାହାଣ୍ଡି- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଜମାଦାରପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋରଖାବନ୍ଧ ଗ୍ରାମ ର ଜଣେ ବାଳକର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି l ସୂଚନା ଅନୁଯାୟୀ ଗୋରଖା ବନ୍ଧ ଗ୍ରାମର ପବିତ୍ର ବେମାଲ ଙ୍କ 11 ବର୍ଷର ବାଳକ ଅରୁଣ ବେମାଲ ଙ୍କ ଆଜି ଉମରକୋଟ ଆଞ୍ଚଳିକ ସ୍ଵାସ୍ଥ୍ୟକେନ୍ଦ୍ର ରେ ମୃତ୍ଯୁ ହୋଇଯାଇ ଥିବା ନେଇ ସୂଚନା ଦେଇଛନ୍ତି ଜମାଦାରପଡ଼ା ସରପଞ୍ଚ କୃଷ୍ଣ ଜାନି l ସୂଚନା ମୁତାବକ ଗତକାଲି ରାତି ରେ. ମୃତ ଅରୁଣ ବେମାର ନିଜ ମା ଙ୍କ ସହିତ ନିଜ ଘରେ ଶୋଇଥିଲେ, ତେବେ ତାଙ୍କ ହାତରେ କୌଣସି ଏକ ବିଷଧର ସାପ କାମୁଡ଼ି ଦେଉଥିଲା ତେବେ, ଅରୁଣ ନିଜ ମାଆଙ୍କୁ ହାତରେ ଦରଜ ହେଉଥିବା ନେଇ କହିଥିବା ବେଳେ ମା ଅରୁଣ କୁ କିଛି ତେଲ ପ୍ରଲେପ ଦେଇ ଘସି ଦେଇଥିଲେ କିନ୍ତୁ କିଛି କ୍ଷଣ ପରେ ପୁଅର ଦେହ ଅବଶ ହେବାରୁ ପାର୍ଶ୍ୱ ପରିଜନ ଙ୍କୁ ଜଣାଇଥିଲେ l ପରେ ଅରୁଣ ଙ୍କୁ କାଳେ ସାପ କାମୁଡ଼ି ଦେଇଥିବ ବୋଲି ସନ୍ଦେହ କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦାହାଣ୍ଡି କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ତେବେ ଡାକ୍ତର ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ନିକଟସ୍ଥ ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ଉମରକୋଟ କୁ ପ୍ରେରଣ କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ଉମରକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା l ଅରୁଣ ର ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇ ଥିବା ବେଳେ ମୃତ ଅରୁଣ ପରିବାର ର ଏକମାତ୍ର ପୁଅ ହୋଇଥିବା ବେଳେ ପୁଅକୁ ହରାଇ ପରିବାର ଲୋକ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଛନ୍ତି l ତେବେ ସରକାର୍ ପରିବାର ବର୍ଗଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଗଣମାଧ୍ୟମ ଜରିଆରେ ଗୁହାରି ଜଣାଇଛନ୍ତି l
ସାପ କାମୁଡ଼ାରେ ବାଳକ ମୃତ

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l