ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୃନୀତି, ଭ୍ରଷ୍ଟାଚାର, ବିରୋଧରେ ଆନ୍ଦୋଳନ ବିକ୍ଷୋଭ ଧାରଣା ଓ ଦାବିପତ୍ର ପ୍ରଦାନ |

ରିପୋର୍ଟ :- ଜଗନ୍ନାଥ ମହାନ୍ତ

ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନ ସଭା ତେଲକୋଇ ମଣ୍ଡଳ ବିଜେପି ତରଫରୁ ଜଗମୋହନ ପୁର ଗ୍ରାମ ପଞ୍ଚାୟତ ଆଗରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ ହେଇଯାଇଛି। ଜଗମୋହନ ପୁର ଶିବ ମନ୍ଦିର ଠାରୁ ପଦ ଯାତ୍ରା ଆରମ୍ଭ କରି ଜଗମୋହନ ପୁର ଗ୍ରାମ ପଞ୍ଚାୟତରେ ପହଞ୍ଚି ଥିଲେ,ଓ  ସେଠାରେ ସେମାନେ ବିଜେଡି ବିରୋଧର ରଣ ହୁଙ୍କାର ଦେଇ, ଆବାସ ଦୁର୍ନୀତି, ମନରେଗା ଦୁର୍ନୀତି, ପାଇଖିନା ଦୁର୍ନୀତି ଓ ଭତ୍ତା ଦୁର୍ନୀତି ଉପରେ ସ୍ୱର ଉଠାଇଥିଲେ, ଏବଂ ଜଗମୋହନ ପୁର ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନଥିବା, କାକୁଡ଼ିଅମ୍ବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇ,ଦୀର୍ଘ ପଚିଶ ବର୍ଷରୁ ଉର୍ଦ୍ଧ ହେଲାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷୀ ମାନେ କାହିଁକି ଜଳ ପାଇବାରୁ ବଞ୍ଚିତ ଏକଥା ସେମାନେ ସରକାରଙ୍କୁ ସିଧା ପ୍ରଶ୍ନ କରିଥିଲେ,

ଏଥିରେ ବିଜେପିର ରାଜ୍ୟ ଆଦିବାସୀ ମୂର୍ଚା ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ଆଦିବାସୀ ମୁର୍ଚା ସଭାପତି ମାନସ କୁମାର୍ ନାଏକ, ଜିଲ୍ଲା ଉପସଭାପତି ଉଦୟ କୁମାର୍ ସାହୁ, ମଣ୍ଡଳ ସଭାପତି ସତ୍ୟ ନାରାୟଣ ସାହୁ, ଖୁଣ୍ଟାପଡା ଶକ୍ତିକେନ୍ଦ୍ର ପ୍ରମୁଖ ଶୁଶାନ୍ତ ସାହୁ, ଜଗମୋହନ ପୁର ଶକ୍ତିକେନ୍ଦ୍ର ପ୍ରମୁଖ ବିନୋଦ ବିହାରୀ ଖୁଣ୍ଟିଆ,ଯୁବ ସଭାପତି ସଚିତା ନନ୍ଦ ବେହେରା, ବାପୁନ୍ ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି କାର୍ଯ୍ୟଟିକୁ ଆଗେଇ ନେଇ ଥିଲେ ।

error: Content is protected !!